Saturday, October 10, 2026
Home ଜାତୀୟ ରାଜସ୍ଥାନ ବସ ଦୁର୍ଘଟଣା ଜନିତ ଜୀବନହାନିରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ରାଜସ୍ଥାନ ବସ ଦୁର୍ଘଟଣା ଜନିତ ଜୀବନହାନିରେ ପ୍ରଧାନମନ୍ତ୍ରୀଙ୍କ ଶୋକ

16
Image: DSLRnews

ନୂଆଦିଲ୍ଲୀ : ରାଜସ୍ଥାନର ବୁନ୍ଦିଠାରେ ବସ ଦୁର୍ଘଟଣାରେ ହୋଇଥିବା ଜୀବନହାନିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । “ରାଜସ୍ଥାନର ବୁନ୍ଦିଠାରେ ବସ ନଦୀ ମଧ୍ୟକୁ ଖସିପଡିବା ଖବରରେ ମୁଁ ଗଭୀରଭାବେ ମର୍ମାହତ । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନହାନି ହୋଇଛି । ଏହି ଦୁଃଖଦ ମୂହୁର୍ତ୍ତରେ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ବ୍ୟକ୍ତ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

(ସ୍ରୋତ-ପିଆବି)