Sunday, October 11, 2026
Home ଆଞ୍ଚଳିକ ବିଦ୍ୟା ପବ୍ଲିକ ସ୍କୁଲ ର ୬ଷ୍ଠ ତମ ବାର୍ଷିକ ଉତ୍ସବ

ବିଦ୍ୟା ପବ୍ଲିକ ସ୍କୁଲ ର ୬ଷ୍ଠ ତମ ବାର୍ଷିକ ଉତ୍ସବ

61

ହିଞ୍ଜିଳିକାଟୁ (ଜିଲ୍ଲା ଖବର) ୨୭/୦୨ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବଡ଼ଖଣ୍ଡି ପଂଚାୟତସ୍ତିତ ସମରଝୋଳ ଗ୍ରାମରେ ବିଦ୍ୟା ପବ୍ଲିକ ସ୍କୁଲ ରେ ୬ ଷ୍ଠ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ପ୍ରଧାନଶିକ୍ଷକ ଅଞ୍ଜନ କୁମାର ପଣ୍ଡା ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ N ରଘୁନାଥ ମୁଖ୍ୟଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ I ପଂଚାୟତ ର ସରପଂଚ କ ଦୁର୍ଗା ପ୍ରସାଦ ରାଓ ମୁଖ୍ୟ ବକ୍ତା ରୂପେ ଯୋଗ ଦେବା ସହ ଅନ୍ୟାନ୍ୟ ଅତିଥି ଯୋଗ ଦେଇଥିଲେ I ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଉତ୍ତମ ଅଧୟନ ସହିତ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ବିଦ୍ୟାଳୟ ର ସୁନାମ ବଜାୟ ରଖିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ I ପରେ ବିଭିନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା I