Sunday, October 11, 2026
Home ଆଞ୍ଚଳିକ ଧାନ ଖଳାକୁ ନେଇ ଠିକାଦାର ଙ୍କ ମନମୁଖୀ କାମ

ଧାନ ଖଳାକୁ ନେଇ ଠିକାଦାର ଙ୍କ ମନମୁଖୀ କାମ

84


ଶେରଗଡ଼ (ଜିଲ୍ଲା ଖବର ) ୨୭/୦୨ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମପଞ୍ଚାୟତରେ ଠିକାଦାର ଙ୍କ ମନମୁଖୀ କାମ ଦେଖିବାକୁ ମିଳିଛି l ଧାନ ଖଳା କାମ ଏତେ ନିର୍ଣ୍ଣମାନ କାମ ହୋଇଛି ଯେ ସରକାରୀ ବାବୁ ମାନେ ଘଣ୍ଟ ଘୋଡାଇ ରଖିଛନ୍ତି l ଏପଟେ ଚାଷୀ ଧାନ ଧାନମଣ୍ଡିକୁ ଯାଇ ବିକ୍ରି ହୋଇସାରିଲାଣି କିନ୍ତୁ ଧାନଖଳା କାମ ଏବେ ନିର୍ମାଣ କରୁଛନ୍ତି l ଧାନ ଖଳାର ବୋଡ଼ ଉଲେଖ କରାଯାଇଛି ଯେ ସିମେଣ୍ଟ କଂକ୍ରିଟି ଧାନଖଳା କିନ୍ତୁ ସିମେଣ୍ଟ ବଦଳରେ ପଥର ଗୁଣ୍ଡ ରେ କାମ କରାଯାଉଛି l ଏଥିରେ ଜେଇଙ୍କ ବି ହାତଥିବା ଜଣାଯାଉଛି ନଚେତ 7, 32, 000/- ଟଙ୍କା କାମକୁ 3, 00000ରୁ 4, 00000, ଭିତରେ କାମ କରାଯାଉଛି l ଯାହାକି ବର୍ଷା ହେବାଫଳରେ ଧାନ ଖଳାରେ ଯେମିତିକି ପାଣି ରହିବ ଚାଷୀ ଙ୍କ ଧାନପଚି ସଡ଼ି ରହିବ କହିବା ଅନୁସାରେ ଏହା ଚାଷୀଙ୍କ ଧାନ ସୁଖେଇବା ଖଳା ନୁହେଁ ଧାନଖତ କରିବା ଖଳା l କେତେକ ସରକାରୀ କର୍ମଚାରି ଙ୍କୁ ଧରି ବିଲ ଉପରେ ବିଲ କରି ଚାଲୁଛନ୍ତି ଠିକାଦର ଟାଉଟର ମାନେ l ନିର୍ଣ୍ଣମାନର କାମପାଇଁ ଚାଷୀ ଏପଟେ ହନ୍ତସନ୍ତ ହେଉଚନ୍ତି l ଏହି କାମକୁ ସଠିକ ଭାବେ କାମ କରିବାପାଇଁ ଗ୍ରାମର ଚାଷୀ ମାନଙ୍କ ଦାବି l ଏହା କେତେ ଦୃଢତାର ସହ କାଯ୍ୟକରି ହେବ ତାହା ସମୟ କହିବ l