ଜେଟଲୀଙ୍କର ଅନ୍ତିମ ସଂସ୍କାର ହେବ: ରବିବାର ଅପରାହ୍ନ ୨ଟାରେ ନିଗମ ବୋଧ ଘାଟରେ

16

ନୂଆଦିଲ୍ଲୀ,୨୪/୮(ରବି ଦାସ) : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ଅପରାହ୍ନ ୨ଟାରେ ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏମ୍ସ୍‌ରୁ ତାଙ୍କ ମର ଶରୀରକୁ କୈଳାସ କଲୋନୀ ସ୍ଥିତ ବାସଭବନକୁ ଅଣାଯିବ। ଏହାପରେ ରବିବାର ସକାଳ ୧୦ରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅନ୍ତିମ ଦର୍ଶନ ପାଇଁ ରଖାଯିବ।