Thursday, October 15, 2026
Home ଆଞ୍ଚଳିକ ହରେକୃଷ୍ଣ ଉତ୍ସବ

ହରେକୃଷ୍ଣ ଉତ୍ସବ

27

ଜଗନ୍ନାଥ ପ୍ରସାଦ (ଜିଲ୍ଲା ଖବର) ୨୭.୦୨.୨୦୨୦ : ଶ୍ରୀ ଶ୍ରୀ କୃଷ୍ଣ ବଲରାମ ମନ୍ଦିର, ଇସ୍କନ ଭୁବନେଶ୍ବର ତରଫରୁ ଗ୍ରାମ ଗ୍ରାମ ବୁଲି ହରେ କୃଷ୍ଣ ଉତ୍ସବ ପାଳିତ ହେଉଛି। ଗତ ୧୩ ତାରିଖରୁ ହରେ କୃଷ୍ଣ ଉତ୍ସବ ପାଳିତ ଆରମ୍ଭ ହୋଇ ଆଜକୁ ୨ ଦିନ ହେଲା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ବଡଦାଣ୍ଡ ଠାରେ ଉତ୍ସବ ପାଳିତ ହେଉଅଛି। ମହାନ୍ ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ଆଦେଶ ଅନୁଯାୟୀ ସନାତନ ଧର୍ମର ପ୍ରଚାର ଉଦ୍ଧେଶ୍ୟରେ, ତଥା ଜଗନ୍ନାଥ ସଂସ୍କୃତିର ପ୍ରଥମ ଓଡ଼ିଆ ପ୍ରଚାରକ ଓଡ଼ିଶାର ଇସ୍କନ ଭିତ୍ତିଭୂମିର ମୁଖ୍ୟ ପୁରୋଧା ଶ୍ରୀ ଶ୍ରୀମଦ ଗୌର ଗୋବିନ୍ଦ ସ୍ଵାମୀ ମହାରାଜ ସମଗ୍ର ପୃଥିବୀରେ ଏହି ଭାଗବତ ଧର୍ମର ପ୍ରଚାର-ପ୍ରସାର ନିମିତ ସଙ୍କୀର୍ତ୍ତନ ପଦଯାତ୍ରା, ନାମହାଟ, ସଂଘ ପ୍ରତିଷ୍ଠା, ପୁସ୍ତକ ବିତରଣ ଉତ୍ସବ ଅନୁଷ୍ଠାନରେ ବହୁ ସାଧୁ ବୈଷ୍ଣବ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେଣୁ ଶ୍ରୀମଦ୍ ଗୌର ଗୋବିନ୍ଦ ସ୍ଵାମୀ ମହାରାଜାଙ୍କ ୨୫ ତମ ତୀରୋଭାବ ତିଥି ଉପଲକ୍ଷେ ବିଶ୍ୱର ବହୁ ସ୍ଥାନରେ ମହୋତ୍ସବ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଫେବୃଆରୀ ୧୩ ତାରିଖ ଠାରୁ ମାର୍ଚ ୦୭ ତାରିଖ ପର୍ଯ୍ୟନ୍ତ ନଗର ସଙ୍କୀର୍ତ୍ତନ, ପ୍ରବଚନ, ପୁସ୍ତକ ବିତରଣ, ପ୍ରସାଦ ବିତରଣ ଓ ଭକ୍ତି ମୂଳକ ନାଟକ ଅନୁଷ୍ଠିତ ହେଉଛି। ଆତନୁ ୨ ଦିନ ହେଲା ସ୍ତାନୀୟ ବଡଦାଣ୍ଡ ଠାରେ ସନ୍ଧ୍ୟା ସମୟରେ ବହୁ ଭକ୍ତଙ୍କ ଆଗମନ ହେଉଛି।

ରିପୋର୍ଟ ନିରାକାର ସାହୁ