
ବ୍ରହ୍ମପୁର,୨୪/୮(ରାଜେଶ ରଣା ) : ସରସ୍ବତୀ ଶିଶୁମନ୍ଦିର ଡୁରା ରେ ଜନ୍ମାଷ୍ଟମୀ ଓ ମାତୃ ସମ୍ମିଳନୀ ମହାସମରୋହରେ ପାଳିତ ହୋଇଯାଇଛି । ପ୍ରାୟ ୫0ଜଣ ଶିଶୁ ରାଧା କୃଷ୍ଣ ବେଶ ଧାରଣ କରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ମାତୃ ସମ୍ମିଳନୀରେ ପ୍ରାୟ ୨00ଜଣ ମାଁ ମାନେ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାମାୟୀ ମହାବିଦ୍ୟାଳୟ ଅଧ୍ୟପିକା ଶ୍ରୀମତୀ ସ୍ଵର୍ଣ୍ଣଲତା ପଟନାୟକ ,ମୁଖ୍ୟବକ୍ତା ଭାବେ ଡୁରା ରାମନାରାୟଣ ମହାବିଦ୍ୟାଳୟ ଅଧ୍ୟାପକ ଡ଼. ସୁଦର୍ଶନ ସାହୁ ,ସମ୍ମାନିତ ଅତିଥିଭାବେ ଶ୍ରୀ କୃଷ୍ଣ ମହାରଣା ,ସେବିକା ସମିତି ସଂଯୋଜିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ପ୍ରଧାନ,ବାସନ୍ତୀ ମହାରଣା ,ଶ୍ରୀ ସୁବାସ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶିବରାମ ପ୍ରଧାନ ଅତିଥି ପରିଚୟ ଓ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ବରିଷ୍ଟ ଆଚାର୍ଯ୍ୟ ଶ୍ରୀମତୀ ସଂଗୀତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ । କୋଷାଧକ୍ଷ ବସନ୍ତ କୁମାର ପାତ୍ର ,ଶ୍ରୀ ଅରୁଣ ସାମନ୍ତ ରାୟ ,ଜଗନ୍ନାଥ ରାଉଳ ,ସଂତୋଷ କୁମାର ସେଠି , କୃଷ୍ଣ ଚନ୍ଦ୍ର ମହାନ୍ତି ,ଖିରୋଦ ସାହୁ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସର୍ବଶେଷରେ ସଭାପତି ଶ୍ରୀ ଗୋପୀନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।



