Sunday, October 11, 2026
Home ଆଞ୍ଚଳିକ ରକ୍ତ ଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ।

ରକ୍ତ ଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ।

32

ଜଗନ୍ନାଥ ପ୍ରସାଦ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ଅଧ୍ଯାପକ ଡଃ ପ୍ରମୋଦ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ରକ୍ତ ଦାନ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ମୁଖ୍ୟ ଅତିଥି ଭାବେ ରେଡ୍ କ୍ରସ୍ ଯୁବ ପରାମର୍ଶଦାତା ଅଧ୍ଯାପକ ଲୋକନାଥ ମହାନ୍ତି ଯୋଗଦେଇ ରକ୍ତଦାନର ଉପକାରିତା ଓ ରକ୍ତଦାନର ଅବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାଣୀ ବିଜ୍ଞାନ ଅଧ୍ଯାପକ ଭାସ୍କର ଗୌଡ ଯୋଗ ଦେଇ କହିଲେ ରକ୍ତର କୌଣସି ବିକଳ୍ପ ନାହିଁ, ଜଣେ ମଣିଷ ହିଁ ଆଉ ଜଣେ ମଣିଷକୁ ରକ୍ତ ଦେଇ ବଞ୍ଚେଇ ପାରିବ। ସମ୍ମାନିତ ଅତିଥି ଭାବେ ସମ୍ବାଦ ପତ୍ରିକା ପ୍ରତିନିଧି ଚନ୍ଦ୍ର କେତୁ ରାଉତ ଯୋଗ ଦେଇ କହିଛନ୍ତି ପ୍ରତେକ ଯୁବକ ରକ୍ତ ଦାନ କରିବା ଉଚିତ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନିରଞ୍ଜନ ଶତପଥୀ ଓ ଅଧ୍ଯାପକ ବିରଞ୍ଚି ନାରାୟଣ ପ୍ରଧାନ ଙ୍କ ସମେତ ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଗାମୀ ୨୬.୦୨.୨୦୨୦ ତାରିଖରେ ହେବାକୁ ଯାଉଥିବା ରକ୍ତଦାନ ଶିବିର ପାଇଁ ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରକ୍ତ ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକ ବାହାରୁ କିପରି ଅଧିକ ରକ୍ତଦାତା ଆସି ଯୋଗ ଦେଇ ପାରିବେ ସେ ବିଷୟରେ ଛାତଛାତ୍ରୀ ମାନଙ୍କୁ ଗାଁ କୁ ଯାଇ କହିବାକୁ କହିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାର ରକ୍ତ ନେଇ ଜନସାଧାରଣ ଙ୍କ ମଙ୍ଗଳରାଥେ ବିନିଯୋଗ କରିବା ପାଇଁ ସ୍ଥିର କରାଯାଇଛି। ଶେଷରେ ଅଧ୍ଯାପକ ବିଭୂତି ଭୂଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।.

ରିପୋର୍ଟ ନିରାକାର ସାହୁ,