
ପାତ୍ରପୁର(ଜିଲ୍ଲା ଖବର): ପବିତ୍ର ମହାଶିବରାତ୍ରୀ ଜାଗର ଯାତ୍ରା ଉପଲକ୍ଷେ ପାତ୍ରପୁର ବ୍ଲକର କୋଳିହଳା ଗ୍ରାମରେ ସାମାଜିକ ନାଟକ”ଜୁଇରେ କାନ୍ଦୁଛି ଜୀଅନ୍ତା ଶବ” ଶୁକ୍ରବାର ମଧ୍ୟରାତ୍ର ରେ ଶ୍ରୀ ଗୁପ୍ତେଶ୍ଵର ମହାଦେବଙ୍କ ମହାଦୀପ ଚଢିବା ପରେ ମଂଚସ୍ଥ ହୋଇଯାଇଛି ଗୁପ୍ତେଶ୍ଵର ନାଟ୍ୟସଂସଦର ଷଷ୍ଠ ଅବଦାନ ରେ ମଂଚସ୍ଥ ଏହି ନାଟକକୁ ନବୀନ କୁମାର ମହାପାତ୍ର ରଚନା କରିଥିବା ବେଳେ ଦୁର୍ଗାପ୍ରସାଦ ରାଉଳ ନିର୍ଦେଶନା ଦେଇଥିଲେ । ନାଟକରେ ପୁରୁଷ ଭୂମିକାରେ ଜାଗିଲି ପ୍ରଧାନ, ସନାତନ ମହାରଣା,ସନ୍ତୋଷ ମହାପାତ୍ର,ଦେବହରି ବେହେରା, ରଘୁନାଥ ରଣା,ଶିବପ୍ରସାଦ ସେଠୀ,ନିରଞ୍ଜନ ସାହୁ,ପ୍ରତାପ ବାଡତ୍ୟା,ଶଙ୍କର ପ୍ରଧାନ, କାଳିଆ ବେଜ,ବାମଦେବ ପ୍ରଧାନ, ବିନୋଦ ପ୍ରଧାନ,ପବିତ୍ର ସେଠୀ, ଧରମା ସାହୁ,ସଚିନ ପ୍ରଧାନ,ଦୀପକ ସାହୁ,ତ୍ରିଲୋଚନ ବେହେରା,ନାଉରି ବେହେରା,ବନମାଳୀ ସାହୁ ଅଭିନୟ କରିଥିବା ବେଳେ ସ୍ତ୍ରୀ ଭୂମିକାରେ ଖୁସବୁ,ରିଙ୍କି,ପୁଜା ଓ ପ୍ରଣତି ଅଭିନୟ କରିଥିଲେ । ଗ୍ରାମ୍ୟ କମିଟି ସଦସ୍ୟଙ୍କ ଉପସ୍ଥିତିରେ ନାଟ୍ୟ ନିର୍ଦେଶକ ଦୁର୍ଗାପ୍ରସାଦ ରାଉଳ ନାଟକକୁ ଉଦଘାଟନ କରିଥିଲେ । ନାଟକ ଆରମ୍ଭ ପୂର୍ବରୁ ନିୟୁ ଟାଲେଣ୍ଟ ଡ୍ୟାନ୍ସ ଗ୍ରୁପ ତରଫରୁ ଅନୁଷ୍ଠିତ ମେଲୋଡି କାର୍ଯ୍ୟକ୍ରମକୁ ସାମ୍ବାଦିକ ରାଜଗୋପଳ ପାଢ଼ୀ ସଂଯୋଜନା କରିଥିଲେ । ନାଟକକୁ ହଜାର ହଜାର ବ୍ୟକ୍ତି ଉପଭୋଗ କରିଥିଲେ ।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର




