Sunday, October 11, 2026
Home ଜାତୀୟ ଭାରତ ଆପଣଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଛି, ଆମେରିକା ରାଷ୍ଟ୍ରପତିଙ୍କୁ କହିଲେ ପ୍ରଧାନମନ୍ତ୍ରୀ ଶ୍ରୀ...

ଭାରତ ଆପଣଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଛି, ଆମେରିକା ରାଷ୍ଟ୍ରପତିଙ୍କୁ କହିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

44
Image: PIB

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ଆପଣଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରିଛି । ”

ଆଜି ଏକ ଟ୍ଵିଟ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣଙ୍କ ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ଵକୁ ଆହୁରି ସୁଦୃଢ କରିବ । ଅହମ୍ମଦାବାଦରେ ଆପଣଙ୍କୁ ଖୁବ ଶୀଘ୍ର ସାକ୍ଷାତ କରିବା ପାଇଁ ମୁଁ ଅପେକ୍ଷା କରିଛି । ”

ଆଜି ଅହମ୍ମଦାବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚିବେ । ସେ ସାବରମତି ଆଶ୍ରମ ପରିଦର୍ଶନ କରିବା ସହ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ୟ୍ୟକ୍ରମରେ ଯୋଗଦେବେ ।

ସେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ । ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଗୁରୁତ୍ଵପୂର୍ଣ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।