Home ଆଞ୍ଚଳିକ ଆସିକା ବ୍ଳକ ଚାଟୁଳା ପଡ଼ିଆରେ ୧୯ତମ ବାବା ପାତାଳେଶ୍ବର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ।

ଆସିକା ବ୍ଳକ ଚାଟୁଳା ପଡ଼ିଆରେ ୧୯ତମ ବାବା ପାତାଳେଶ୍ବର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ।

70

ଆସିକା (ଜିଲ୍ଲା ଖବର) : ଅନୁଷ୍ଠିତ ହୋଇସାରିଛି ୧୯ତମ ବାବା ପାତାଳେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଆସିକା ବ୍ଳକ ଚାଟୁଳା ଠାରେ ବିଜେଡି ନେତା ଶ୍ରୀ ଭବାନି ଶଙ୍କର ମଲିକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେ gଣ୍ଟକୁ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ମଲ୍ଲିକ, ଉପାଧ୍ୟକ୍ଷ ଶ୍ରୀମତୀ ସୁଜତା ସ୍ବାଇଁ, ବିଜେଡି ନେତା ଶ୍ରୀ ନଚିକେତନ ସ୍ବାଇଁ, ଶ୍ରୀ ସତ୍ୟନାରାୟଣ ସ୍ବାଇଁ, ଦୀଲିପ କୁମାର ପାଣିଗ୍ରାହୀ, ଅନିଲ କୁମାର ନାହାକ, ଶିବ ନାହାକ, ସନ୍ତୋଷ କୁମାର ବେହେରା,ସମାଜସେବୀ ବଂଶୀଧର ନହାକଙ୍କସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ଦୁଇଗୋଟି ପର୍ଯ୍ୟାୟରେ ଖେଳ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। ଟେନିସ୍ ବଲରେ ୧୬ଗୋଟି ଟିମ୍ ଓ କର୍କ ବଲରେ ୧୬ଗୋଟି ଟିମ୍ ମଧ୍ୟରେ ପର୍ଯ୍ୟାୟକ୍ରମେ ଖେଳ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମର ପ୍ରତି ବ୍ଲକରୁ ବିଭିନ୍ନ କ୍ରିକେଟ ଦଳ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ଗଞ୍ଜାମରୁ ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ଯୋଗାଇବା ନିମନ୍ତେ ଆୟୋଜକଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଖେଳାଳି ମାନେ ମତ ପ୍ରକାଶ କରିଛନ୍ତି।ଦୀର୍ଘ ୧୯ବର୍ଷ ଧରି ଆସିକା ଅଞ୍ଚଳରେ କ୍ରିକେଟର ପ୍ରସାର ଦିଗରେ ଏହି ଟୁର୍ଣ୍ଣାମେଣ୍ଟ ସହାୟକ ହୋଇ ପାରିଛି। ଖେଳୁଆଡ ମନୋଭାବ ସହ ଆଜିର ଉଦଘାଟନୀ ମ୍ୟାଚରେ ପଡିଆକୁ ଓହ୍ଲାଇ ଥିଲେ ପାତାଳେଶ୍ବର କ୍ରିକେଟ କ୍ଳବ ଓ ଖଣ୍ଡରାବଳୀ କ୍ରିକେଟ ଦଳ। ଟଚ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୨ଓଭରରେ ୬ଗୋଟି ଉଇକେଟ ହରାଇ ୯୨ରନ ସଂଗ୍ରହ କରିଥିଲା ପାତାଳେଶ୍ବର କ୍ରିକେଟ ଟିମ୍। ବିପକ୍ଷରେ ଖଣ୍ଡରାବଳୀ କ୍ରିକେଟ ଦଳ ୯.୨ଓଭରରେ ୫ଉଇକେଟ ହରାଇ ୯୫ରନ ସଂଗ୍ରହ କରିବା ସହ ବିଜୟୀ ହୋଇଥିଲେ। ଅପରାହ୍ନ ସମୟରେ ଦାମୋଦରପଲ୍ଲୀ ଋଷିକୁଲ୍ୟା କ୍ରିକେଟ କ୍ଳବ ସହ ନଳବଣ୍ଟା ନର୍ମଦେଶ୍ବର କ୍ରିକେଟ କ୍ଳବ ମଧ୍ୟରେ କର୍କ ବଲ ଉକ୍ତ ମ୍ୟାଚରେ ଦାମୋଦର ପଲ୍ଲୀ ଋଷିକୁଲ୍ୟା କ୍ରିକେଟ କ୍ଳବ ଟଚ୍ ଜିଣି ବ୍ୟାଟିଂ ଚୟନ କରି ୧୬ଓଭରରେ ୫ଟି ଉଇକେଟ ପତନରେ ୨୪୦ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳ ୧୬ଓଭରରେ ୭ଉଇକେଟ ପତନରେ ୧୧୭ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା। ଉଭୟ ମ୍ୟାଚରେ ଲିଟୁ ସ୍ବାଇଁ ଓ ବାପି ମହାନ୍ତି ସ୍କୋରର ଦାୟିତ୍ବରେ ଥିବାବେଳେ ଏମ୍ପାୟର ଦାୟିତ୍ବରେ ରାକେଶ ଜେନା, ଚିନ୍ମୟ ଖଟାଇ ଏବଂ ସନ୍ତୋଷ କୁମାର ଜେନା ଥିବାବେଳେ ଧାରାବିବରଣୀ ପ୍ରଦାନ କରିଥିଲେ ସନ୍ତୋଷ କୁମାର ଖଟାଇ।

ରିପୋର୍ଟର ରତ୍ନାକର ଶିଅ ।