Tuesday, October 13, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ରେ ତୁରନ୍ତ କୋର୍ଟ ପ୍ରତିଷ୍ଠା ପାଇଁ ଓକିଲ ମାନଙ୍କ ଜରୁରୀ ବୈଠକ। ...

ଜଗନ୍ନାଥ ପ୍ରସାଦ ରେ ତୁରନ୍ତ କୋର୍ଟ ପ୍ରତିଷ୍ଠା ପାଇଁ ଓକିଲ ମାନଙ୍କ ଜରୁରୀ ବୈଠକ। ।

34

ଜଗନ୍ନାଥ ପ୍ରସାଦ ( ଜିଲ୍ଲା ଖବର) : ଓଡ଼ିଶା ସରକାରଙ୍କ ପ୍ରସ୍ତାବିତ ତଥା ଘୋଷିତ କୋର୍ଟ ପ୍ରତିଷ୍ଠା ତୁରନ୍ତ କରାଯାଉ ବୋଲି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସମସ୍ତ ଓକିଲ ଲଙ୍କାଗଡ଼ ନିକଟସ୍ଥ ଶ୍ରୀ ରାମେଶ୍ଵର ପିଠରେ ଏକ ଜରୁରୀ ବୈଠକ କରିଥିଲେ । ଜଗନ୍ନାଥ ପ୍ରସାଦ ଠାରେ କୋର୍ଟ ପ୍ରତିଷ୍ଠା ନେଇ ସ୍ଥାନ ଚିହ୍ନଟ, ଅସ୍ଥାୟୀ କୋର୍ଟ ଗୃହ, କର୍ମ କର୍ତ୍ତା, ବିଚାରପତିଙ୍କ ପାଇଁ ରହଣି ସ୍ଥାନ ଚିହ୍ନଟ ପ୍ରକ୍ରିୟା ସରିବା ସହ ମାନ୍ୟବର ଜିଲ୍ଲା ଜର୍ଜ ଜଗନ୍ନାଥ ପ୍ରସାଦ ଆସି ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ତେଣୁ ଜଗନ୍ନାଥ ପ୍ରସାଦରେ ସରକାରଙ୍କ ଘୋଷିତ କୋର୍ଟ ତୁରନ୍ତ ସ୍ଥାପନ ପାଇଁ ମାନ୍ୟବର ଭଞ୍ଜନଗର ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କ ସହ ଯୋଗାଯୋଗ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ମାନଙ୍କୁ ସ୍ମାରକ ପତ୍ର ଓ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବୁଦ୍ଧିଜିବୀ, ଜନସାଧାରଣଙ୍କ ସହଯୋଗ ନିମନ୍ତେ ୩୦ରୁ ଉର୍ଦ୍ଧ ଓକିଲ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଜନସାଧାରଣ ଏଠାରୁ ୩୦ କିଲୋମିଟରରୁ ଉର୍ଦ୍ଧ ଦୂରତା ଭଞ୍ଜନଗର କୋର୍ଟ ଉପରେ ନିର୍ଭର କରୁଥିବା ଯୋଗୁଁ କୋର୍ଟ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଓକିଲ ମାନେ ସମସ୍ତ ଚେଷ୍ଠା ଜାରି ରଖିବେ ବୋଲି ବରିଷ୍ଠ ଓକିଲ ରଜନୀ କାନ୍ତ ସ୍ୱାଇଁ, ପ୍ରଦୀପ କୁମାର ପଣ୍ଡା, ନିରାକାର ସାହୁ, ଅମରେଶ କୁମାର ମହାପାତ୍ର ଓ ଜ୍ୟୋତି ରଞ୍ଜନ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଓକିଲ କୁରେଶ ପ୍ରସାଦ ଦାସ, ଦନାର୍ଦ୍ଧନ ପ୍ରଧାନ, ଅରବିନ୍ଦ ମହାପାତ୍ର, ବାବୁ ରାମ ଗୌଡ, ହରିହର ନାୟକ, ଦିଗାମ୍ବର ନାୟକ, ରାମେଶ୍ଵର ପରିଡା, ସୁଶାନ୍ତ କିଶୋର ଗୌଡ଼, ଅରୁଣ କୁମାର ବେହେରା, ବିକାଶ ରଞ୍ଜନ ବେହେରା, ସନ୍ତୋଷ କୁମାର ଶତପଥି, ମଣିଦୀକ୍ଷିତ, ବିନାୟକ ପ୍ରଧାନ, ଦୁଃଖୀଶ୍ଯାମ ପ୍ରଧାନ,ସୁଜିତ ଦାଶ, ଅଶୋକ ପ୍ରଧାନ, ଲକ୍ଷଣ ସେଠି, ସୁକାନ୍ତ ପ୍ରଧାନ, ପ୍ରଣବ କୁମାର ନାୟକ, ରଞ୍ଜନ କୁମାର ସାହୁ, ପି ପ୍ରସାଦ ରାଓ, ଓ ନରେନ୍ଦ୍ର ଶଢଙ୍ଗୀ ପ୍ରମୁଖ ଜରୁରୀ ବୈଠକରେ ଅଂଶ ଗ୍ରହଣ କରି ବକ୍ତବ୍ୟ ରଖିଥିଲେ।. ରିପୋର୍ଟର ନିରାକାର ସାହୁ