Wednesday, October 14, 2026
Home ଆଞ୍ଚଳିକ ରାଉତରାୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ:ବୁଗୁଡ଼ା ପୋଲି ପାୱାର ଇଲେଭନ୍ ବିଜୟୀ।

ରାଉତରାୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ:ବୁଗୁଡ଼ା ପୋଲି ପାୱାର ଇଲେଭନ୍ ବିଜୟୀ।

93


ହିିିିିଞ୍ଜିଳିକାଟୁ (ଜିଲ୍ଲା ଖବର) : ହିଞ୍ଜିଳିକାଟୁ ବ୍ଲକ୍ ବାଦିଆମ୍ବଗାଁ ରେ ଦୀର୍ଘ ଏଗାର ଦିନଧରି ଆୟୋଜିତ ହୋଇଥିବା ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ର ଆଜି ଅନ୍ତିମ ପ୍ରଜାୟ।ଏହି ଟୁର୍ଣ୍ଣାମେଣ୍ଟର ରେ ୧୬ଟି ଟିମ୍ ଭାଗ ନେଇଥିଲେ।ତନ୍ମଧ୍ୟରୁ ବୁଗୁଡା ପୋଲି ପାୱାର ଇଲେଭନ୍ ଓ ରେଗିଡି ମା କାଳୀ ଫିଫ୍ଟ୍ ଟୁ ଷ୍ଟିୟର ଫାଇନାଲ ରେ ପ୍ରବେଶ କରିଥିଲେ।ପ୍ରଥମେ ବୁଗୁଡ଼ା ପୋଲି ପାୱାର ଇଲେଭେନ୍ ଟଚ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ପନ୍ଦର ଓଭର ମ୍ୟାଚ୍ ରେ ୧୪ଓଭର ୫ ବଲ ବିନିମୟ ରେ 93 ରନ କରି ଅଲ ଆଉଟ୍ ହୋଇଥିବା ବେଳେ ରେଗିଡି ମା କାଳୀ ଫିଫ୍ଟ୍ ଟୁ ଷ୍ଟିୟର୍ ୧୧ଓଭର ୫ଟି ବଲ ରେ ୭୩ ରନ କରି ଅଲା ଆଉଟ୍ ହୋଇ ପରାଜୟ ବରଣ କରିଥିଲେ।ରେଗୀଡି ଟିମ୍ ର ସାଗର ଗୋଟିଏ ପଟେ ନିଜର ବ୍ୟକ୍ତି ଗତ ସ୍କୋର ବଢାଇ ଦଳୀୟ ସ୍କୋର ବିଜୟ ଆଡ଼କୁ ନେଉଥିବା ବେଳେ ଅନ୍ୟ ପଟେ ଗୋଟି ପରେ ପୋଟିଏ ଉଇକେଟ୍ ପତନ ହେବାରେ ଲାଗିଥିଲା।ଶେଷରେ ସାଗର ନିଜର ବ୍ୟକ୍ତି ଗତ ତିନଟି ଛକା ଓ ତିନଟି ଚଉକା ବଳରେ ୩୫ ରନ୍ କରି ଆଉଟ୍ ହୋଇଥିଲେ।ଯାହା ଫଳରେ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା।ସୁନିଲ ମ୍ୟାନ୍ ଅଫ୍ ଦା ମ୍ୟାଚ୍ ବିବେଚିତ ହୋଇଥିଲେ।ଏହାକୁ ଅଜିତ ସାହୁ,ଅନିଲ ସେଠୀ,ରତିକାନ୍ତ ଜେନା , ସାଗର ସାହୁ,ରାକେଶ ସାହୁ,ବାବୁ ସାହୁ,ପ୍ରମୋଦ ନାହାକ ପରିଚାଳନା କରିଥିଲେ।