Wednesday, October 14, 2026
Home ଆଞ୍ଚଳିକ ନେହୁରୁ ଯୁବକେନ୍ଦ୍ର ଓ ଟ୍ରୀ ଫାଉଣ୍ଡେସନ ମିଳିତ ସହଯୋଗରେ ବ୍ଳକ ସ୍ତରିୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ

ନେହୁରୁ ଯୁବକେନ୍ଦ୍ର ଓ ଟ୍ରୀ ଫାଉଣ୍ଡେସନ ମିଳିତ ସହଯୋଗରେ ବ୍ଳକ ସ୍ତରିୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ

48

ଶେରଗଡ଼ (ଜିଲ୍ଲା ଖବର) : ଶେରଗଡ଼ ବିଜୁ ପଟ୍ଟନାୟକ ଇଂଲିଶ ମିଡ଼ିଅମ ସ୍କୁଲ ପରିସରରେ ନେହୁରୁ ଯୁବ କେନ୍ଦ୍ର ଓ ଟ୍ରୀ ଫାଉଣ୍ଡେସନର ମିଳିତ ସହଯୋଗରେ ଏକ ବ୍ଲକ ସ୍ତରୀୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅର୍ଥନିତି ଅଧ୍ୟାପକ ଶ୍ରୀ ଲୋକନାଥ ପରିଡା ଯୋଗ ଦେଇ ଯୁବ ପିଢ଼ି ସଚେତନ ହୋଇ ପରିବେଶର କିଭଳି ସୁରକ୍ଷା କରିବେ ତାହା ଆଲୋକପାତ କରିଥିଲେ ଏବଂ ମୁଖ୍ୟ ବକ୍ତା ବିଜୁ ପଟ୍ଟନାୟକ କଲେଜର ଅଧକ୍ଷ ଶ୍ରୀ ଗୌରହରି ବିଷୋୟୀ ଯୁବସମାଜକୁ ଶିକ୍ଷା ହିଁ ଉନ୍ନତିର ମୂଳମନ୍ତ୍ର ବୋଲି ଉଦବୋଧନ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଶ୍ରୀ ସିଦ୍ଧାର୍ଥ ସାହୁ,ଅରୁଣ କୁମାର ପ୍ରଧାନ(VAW),S. ବାଲାଜୀ ପାତ୍ର, ବୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ସମାଜ ପ୍ରତି ଯୁବପିଢ଼ିର ଭୂମିକା କଣ ରହିଛି ଆଲୋକପାତ କରିଥିଲେ l ପରିଷେଶରେ ଜାତୀୟ ଯୁବ ସ୍ବେଛାସେବୀ ତଥା ଟ୍ରୀ ଫାଉଣ୍ଡେସନର ସମ୍ପାଦକ ଶ୍ରୀ ନିରାକାର ବିଷୋୟୀ ନିଶା ନିବାରଣର ବାର୍ତା ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଏଥିରେ ଦିପ୍ତିମୟୀ ମଲିକ, ସୋମନାଥ ସ୍ୱାଇଁ,ଭାଗ୍ୟଲକ୍ଷ୍ମୀ ଜେନା ସହଯୋଗ କରିଥିଲେ