Monday, October 12, 2026
Home ଆଞ୍ଚଳିକ ବିଡ଼ିପୁର ଶାସନରେ ବିଶ୍ୱଶାନ୍ତି ପାଇଁ ଘୃତଯଜ୍ଞ ।

ବିଡ଼ିପୁର ଶାସନରେ ବିଶ୍ୱଶାନ୍ତି ପାଇଁ ଘୃତଯଜ୍ଞ ।

40


ବୁଗୁଡା (ଜିଲ୍ଲା ଖବର) : ସ୍ଥାନୀୟ ବିଡ଼ିପୁର ଶାସନରେ ବିଜେ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ପାଇଁ ହୋମକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି। ଋତ୍ଵିକ ଭାବେ ଲମ୍ବୋଦର ଦାଶ, ବୈଷ୍ଣବ ଚରଣ ଦାଶ, ମନୋଜ କୁମାର ଦାଶ ଓ ଷଷ୍ଠୀ ପ୍ରସାଦ ହୋତା ପ୍ରମୁଖ ଯୋଗଦେଇ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ। କର୍ତ୍ତା ଓ କର୍ତ୍ତି ଭାବେ ଗୌରୀପତି ଦାଶ ଓ ଶୁଭ୍ରାଂଶୁ ବାଳା ଦାଶ ଦାୟିତ୍ବ ନିର୍ବାହ କରିଥିଲେ। ଗ୍ରାମକୋଠ ପକ୍ଷରୁ ସୁଶାନ୍ତ କୁମାର ଦାଶ ଓ ଦିବ୍ୟ ଚରଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କର୍ମକାଣ୍ଡି ବିପ୍ର ଶ୍ରୀକାନ୍ତ ମିଶ୍ର, ଚିତ୍ତରଞ୍ଜନ ଦାଶ, ଦିଲ୍ଲୀପ କୁମାର ଦାଶ, ରାଧାକାନ୍ତ ଦାଶ, ଚିନ୍ମୟ କୁମାର ଦାଶ, ସୁଧୀର ଚରଣ ମିଶ୍ର, ଜଗନ୍ନାଥ ଦାଶ, ଚିତ୍ତ ଦାଶ, କମ୍ବୁପାଣି ଦାଶ ପ୍ରମୁଖ ଋତ୍ବିକ୍ ବୃନ୍ଦଙ୍କୁ ହୋମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶହ ଶହ ଶ୍ରଦ୍ଧାଳୁ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରା