Wednesday, October 14, 2026
Home ଆଞ୍ଚଳିକ ସମ୍ବାଦ ସାହିତ୍ୟ ଘର ପିତଳର ଫଲଗୁ ଆସର।

ସମ୍ବାଦ ସାହିତ୍ୟ ଘର ପିତଳର ଫଲଗୁ ଆସର।

187

ଶେରଗଡ଼ (ଜିଲ୍ଲା ଖବର) : ଅନୁଷ୍ଠିତ ହୋଇଯାଇଛି ରାମଚନ୍ଦ୍ରପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ସାହିତ୍ୟ ସମ୍ବାଦ ଘର ପିତଳର ଫଲଗୁ ଆସର।ସୁବ୍ରତ ପଣ୍ଡାଙ୍କ ଆବାହକତ୍ବ କ୍ରମେ ବରିଷ୍ଠ କବି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ସାହିତ୍ୟ ବିଭାଗର ପ୍ରମୁଖ ଡଃ ବିଷ୍ଣୁପ୍ରିୟା ପଣ୍ଡା, ସମ୍ମାନିତ ଅତିଥିଭାବେ ପ୍ରଫେସର ଅରବିନ୍ଦ ପଣ୍ଡା, ବରିଷ୍ଠ କବି ଶରତ ଚନ୍ଦ୍ର ପଣ୍ଡା, ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ ଯୋଗଦେଇ ବିଶ୍ବମାତୃଭାଷା ଦିବସ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ କବି ରତ୍ନାକର ଶୀୟ ଏବଂ ଅଶୋକ କୁମାର ପ୍ରଧାନଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର କବି ପ୍ରଫେସର ଅରବିନ୍ଦ ପଣ୍ଡା, ରଜନୀକାନ୍ତ ପାଢୀ, ସୁରେନ୍ଦ୍ର ପାଣିଗ୍ରାହୀ, କୁସୁମ ଲତା ମହାପାତ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଯୁଗଳ ଚନ୍ଦ୍ର ସାହୁ, ମନୋଜ କୁମାର ପଟ୍ଟନାୟକ, ମନୋଜ କୁମାର ସାହୁ, ବେଣୁଧର ତ୍ରିପାଠୀ, କୃଷ୍ଣଚନ୍ଦ୍ର ସେଠୀ, ରଜନୀ କାନ୍ତ ପାଢୀ, ଅଶୋକ କୁମାର ପ୍ରଧାନ, ସଞ୍ଜୟ କୁମାର ଷଡ଼ଙ୍ଗୀ, ସୀମାଞ୍ଚଳ ପଣ୍ଡା, ବୁଲୁ ବେହେରା, ରତ୍ନାକର ଶୀୟ, ଚିନ୍ମୟ ରଞ୍ଜନ ମିଶ୍ର ଶରତ ଚନ୍ଦ୍ର ପଣ୍ଡା, ଡକ୍ଟର ବିଷ୍ଣୁପ୍ରିୟା ପଣ୍ଡା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।