
ଆସିକା (ଜିଲ୍ଲା ଖବର ) : ଆସିକା ବ୍ଲକ ହରିଡାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରା ପ୍ରସାଦଙ୍କ ସଭାପତିତ୍ବ ଓ ପରିଚାଳନା କମିଟି ସଭାପତି ଶ୍ରୀ ଗଜପତି ନାହାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କୃତିବାସ ବାରିକ ଓ ମୁଖ୍ୟ ବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ତାରାପ୍ରସାଦ ଦାସ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ବହୁ ଶିକ୍ଷଣୀୟ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ତାରାପ୍ରସାଦ ମିଶ୍ର ବାର୍ଷିକ ବିବରଣୀ ପଠନ କରିବା ସହ ସମସ୍ତ ଅତିଥିମାନଙ୍କୁ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ସମ୍ମାନୀତ ଅତିଥି ରୂପେ ହରିଡାପଦର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁନିତା ବିଶ୍ୱାଳ, ଉତ୍କଳ ଆୟୁର୍ବେଦ ସମବାୟ ଫାର୍ମାସୀର ନିର୍ଦ୍ଦେଶକ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ବିଶ୍ବାଳ, ଭାରତୀୟ ଷ୍ଟେଟ ବ୍ୟାଙ୍କ ADB ଶାଖାର ଉପପରିଚାଳକ ଶ୍ରୀମତୀ ସୋନାଲି ସେଠୀ, ହିଞ୍ଜିଳିକାଟୁ ଜଗନ୍ନାଥମନ୍ଦିରର ମୁଖ୍ୟ ପୂଜକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, OTV ପ୍ରତିନିଧି ଶ୍ରୀ ମନୋଜ କୁମାର ମୁନି, ସମାଜସେବୀ ଶ୍ରୀ ବ୍ରହ୍ମାନନ୍ଦ ଆଚାରୀ, ପରିଚାଳନା ସଭ୍ୟ ଶ୍ରୀ ନିଳାଞ୍ଚଳ ପ୍ରଧାନ, ଗଦାଧର ଖଟେଇ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ କ୍ଷେତ୍ରରେ ଏହି ବିଦ୍ୟାଳୟର ବହୁତ ସୁନାମ ଥିବା ପ୍ରକାଶ କରିଥିଲେ । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତାରାପ୍ରସାଦ ମିଶ୍ର ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ, ଅଭିଭାବକ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିମୋହିତ କରିଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଟ୍ରଫିଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସହକାରୀ ଶିକ୍ଷକ,ବି.ଚନ୍ଦ୍ରଶେଖର ରେଡ୍ଡୀ, ଓକିଲ ବିଷୋୟୀ, ରଶ୍ମିତା ମହାପାତ୍ର,ଗୋବିନ୍ଦ ପରିଡା, ଗାଣ୍ଡବେଶ୍ୱର ଜେନା,ଶଶିଭୂଷଣ ସାହୁ,ପାଣ୍ଡବ ଗୌଡ, ଯୁଧିଷ୍ଟିର ସାହୁ, କାର୍ଯ୍ୟକ୍ରମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର




