
ଆସିକା (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମସ୍ଥିତ ଚନ୍ଦ୍ର ଶେଖର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଏବଂ ପୋଷାକ ବଣ୍ଟନ ଆରମ୍ଭ ହୋଇଯାଇଛି । ଉକ୍ତ କାଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଅମୁଲ୍ୟ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିଲା। ଉକ୍ତ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ଗଙ୍ଗାପୁର ସରପଞ୍ଚକ ସନୀଲା ବେହେରା ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶିବରାମ ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ ସମ୍ବୋଧନ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସ୍ବଦେଶ ଦଳାଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖ୍ୟ ବକ୍ତା ରମେଶ ଚନ୍ଦ୍ର ମିଶ୍ର ବିଦ୍ୟାଳୟର ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ପରେ ନିମନ୍ତ୍ରିତ ଅତିଥି ଓ ମୁଖ୍ୟ ଅତିଥି ମାନେ ସେମାନଙ୍କର ମୂଲ୍ୟବାନ ଭାଷଣ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ଶ୍ରୀ ଯୁକ୍ତ ସନ୍ତୋଷ କୁମାର ସେନାପତି,ଯୁବ ସାମ୍ବାଦିକ ଓ ଜିଲ୍ଲା ଖବର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।
କାଯ୍ୟକ୍ରମର ଶେଷରେ ବିଦ୍ୟାଳୟର ପିଲାମାନେ ନାନାପ୍ରକାର ସାଂସ୍କୃତିକ କାଯ୍ୟକ୍ରମ ବିଦ୍ୟାଳୟ କ୍ରୀଡା ଶିକ୍ଷକ ସ୍ବଦେଶ ଦଳାଇଙ୍କ ନେତୃତ୍ୱରେ ପରିବେଷଣ କରିଥଥିଲେ । ସେମାନେ ସୁନ୍ଦର ସୁନ୍ଦର ନାଚ ପରିବେଷଣ କରି ଉକ୍ତ କଯ୍ୟକ୍ରମରେ ଅଧିକ ରୋଚକତା ଭରିଦେଇଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ମତି ମମତା ପରିଛା ଧନ୍ୟବାଦ ପ୍ରଦାନ କରିଥିଲେ।ବିଦ୍ୟାଳୟର ଅନ୍ୟ କର୍ମଚାରୀ ମାନଙ୍କ ମଧରେ ଶିକ୍ଷକ ଶିବରାମ ମହାନ୍ତି, ଶ୍ରୀ ସୁକାନ୍ତ କୁମାର ପାତ୍ର ଆଦି କାଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର







