ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରଲୋକ

12

ନୂଆଦିଲ୍ଲୀ,୨୪/୮(ରବି ଦାସ) : ଶନିବାର ଦିନ ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପି ନେତା ଅରୁଣ ଜେଟ୍‌ଲୀଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।ଗତ ଦୁଇ ବର୍ଷ ହେବ ସେ ଅସୁସ୍ଥ ରହୁଥିଲେ। ୨୦୧୮ରେ ଅରୁଣ ଜେଟ୍‌ଲୀଙ୍କର ବୃକ୍କ ପ୍ରତିରୋପଣ କରାଯାଇଥିଲା। ମଧୁମେହ ଯୋଗୁଁ ଅଧିକ ଓଜନ ବଢ଼ି ଯାଉଥିବାରୁ ଚାରି ବର୍ଷ ପୂର୍ବେ, ୨୦୧୪ରେ ତାଙ୍କର ବେରିଏଟିକ୍‌ ସର୍ଜରି ହୋଇଥିଲା।ଅଣନିଃଶ୍ୱାସୀ ଏବଂ ଅସ୍ଥିରତା ଲାଗିବାରୁ ଅଗଷ୍ଟ ୯ ତାରିଖ ଦିନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍‌ସ୍‌) ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୦ ତାରିଖ ଠାରୁ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ଏମ୍‌ସ୍‌ କୌଣସି ବୁଲେଟିନ୍‌ ପ୍ରକାଶ କରୁନାହିଁ।ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅମିତ ଶାହ, ରାଜନାଥ ସିଂହ, ସ୍ମୃତି ଇରାନି, ଜିତେନ୍ଦ୍ର ସିଂହ ଏବଂ ରାମବିଳାସ ପାଶ୍ୱାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କଂଗ୍ରେସ ନେତା ଅଭିଷେକ ସିଙ୍ଘ୍‌ଓ୍ଵି ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।