Home ଜିଲ୍ଲା ଖୋର୍ଦ୍ଧା ଓଡ଼ିଶାରେ ଆର୍ଥିକ ଆଧାରିତ ୧୦% ସଂରକ୍ଷଣ ତୁରନ୍ତ ଲାଗୁ କରିବା ଦାବି ନେଇ ବିଧାନସଭା ସମ୍ମୁଖରେ...

ଓଡ଼ିଶାରେ ଆର୍ଥିକ ଆଧାରିତ ୧୦% ସଂରକ୍ଷଣ ତୁରନ୍ତ ଲାଗୁ କରିବା ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା ।

19

ଭୁବନେଶ୍ୱର (ଜିଲ୍ଲା ଖବର ) : ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ ଫେବ୍ରୁଆରୀ ପହିଲାରୁ ଗରିବ ସାଧାରଣବର୍ଗ ପିଲା ମାନଙ୍କ ପାଇଁ ଆର୍ଥିକ ଭର୍ତ୍ତି ରେ ଲାଗୁ କରାଯାଇଥିବା ୧୦% ସଂରକ୍ଷଣ ଏ ପର୍ଯ୍ୟନ୍ତ ଓଡ଼ିଶା ର ନିଯୁକ୍ତି କ୍ଷେତ୍ରରେ ଲାଗୁ ହୋଇନାହିଁ ।ଏଥିପାଇଁ ଦୀର୍ଘଦିନ ଧରି ଦାବି କରିଆସୁଥିବା କ୍ରାନ୍ତିବୀର ଫାଉଣ୍ଡେସନ ଏବଂ ଓଡ଼ିଶା ଆର୍ଥିକ ଦୁର୍ବଳ ଶ୍ରେଣୀ ମଞ୍ଚ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଛି। ଓଡ଼ିଶା ସରକାର ଚଳିତ ବର୍ଷ ବିଧାନସଭା ସତ୍ରରେ ଏହି ଆର୍ଥିକ ଆଧାରିତ ୧୦% ଅରକ୍ଷଣକୁ ତୁରନ୍ତ ଲାଗୁ କରିବା ପାଇଁ ଘୋଷଣା କରିବାକୁ ମଞ୍ଚ ସଭାପତି ଶ୍ରୀଯୁକ୍ତ କୁଳମଣି ମିଶ୍ର ସରକାର ଙ୍କୁ ଆହ୍ବାନ କରିଛନ୍ତି। ଏ ବିଷୟ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍ବର ଉତ୍ତୋଳନ କଲାପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ସେ ଅତ୍ୟନ୍ତ କ୍ଷୋଭର ସହିତ କହିଛନ୍ତି। ନିଜକୁ ଗରିବ ଲୋକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର କାହିଁକି ଏଭଳି କରୁଛନ୍ତି ମଧ୍ୟ ବୁଝାପଡୁନାହିଁ ବୋଲି କହିଛନ୍ତି ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ଼ଃ ଯୁଧିଷ୍ଟିର ଖଟୁଆ। ଗରିବ ସାଧାରଣ ବର୍ଗର ପିଲାମାନଙ୍କୁ କେନ୍ଦ୍ରୀୟ ସହାୟତା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେବାରେ ରାଜ୍ୟ ସରକାର କୁଣ୍ଠିତ ହେଉଥିବାରୁ ତହସିଲ କାର୍ଯ୍ୟାଳୟ ମଧ୍ୟ ଢିଲା ମାରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଅନ୍ୱେଷା ଭଳି ଅନେକ ଜାତିଭିତ୍ତିକ ଯୋଜନା ଗୁଡିକୁ ରାଜ୍ୟ ସରକାର ଯେମିତି ଡିଣ୍ଡିମ ପିଟି ପ୍ରଚାର କରୁଛନ୍ତି ଆର୍ଥିକ ଭିତ୍ତିରେ ଦିଆଯାଇଥିବା ଇ.ଡବ୍ଲ୍ୟ.ଏସ୍ ଯୋଜନା ପାଇଁ ସେଭଳି ଆଗ୍ରହ ନ ଦେଖେଇବା ଯୋଗୁଁ ଏଭଳି ଏକ ସୁନ୍ଦର ଯୋଜନା ବିଷୟରେ ଗ୍ରାମାଞ୍ଚଳରେ ପିଲାମାନେ ଜାଣିପାରିନାହାନ୍ତି। ଏଣୁ ରାଜ୍ୟ ସରକାର ଏ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି। ଇ.ଡବ୍ଲ୍ୟୁ.ଏସ୍ ପ୍ରମାଣପତ୍ର ପାଇଁ କେନ୍ଦ୍ର ସରକାର ଜମିଜମା ଏବଂ ଘରବାରି ନେଇ ଯେଉଁ କିଛି ଅଯୌକ୍ତିକ ସର୍ତ୍ତାବଳୀ ରଖିଛନ୍ତି ତାହାର ସମାଧାନ ମଧ୍ୟ ରାଜ୍ୟ ସରକାରଙ୍କ ହାତରେ ରହିଛି। କିନ୍ତୁ କୌଣସି ପକ୍ଷ ଏ ସମ୍ପର୍କରେ ହିତାଧିକାରୀଙ୍କ ସହ ସମ୍ପର୍କ ରଖୁନଥିବା ଯୋଗୁଁ ଯୋଜନାଗୁଡିକ ଲୋକାଭିମୁଖୀ ହୋଇପାରୁନି। ଏବଂ ରାଜରାସ୍ତାରେ ଆସି ଧାରଣା ଦେବାକୁ ପଡ଼ୁଛି ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି କ୍ରାନ୍ତିବୀର ଫାଉଣ୍ଡେସନର ପ୍ରମୁଖ ସଦସ୍ୟ ଇଂ ଦୀପକ୍ ଜେନା । ମୋ ସରକାର 5-ଟି ମାଧ୍ୟମରେ ସରକାର ନିଜର ଜନମଙ୍ଗଳ ଆଭିମୁଖ୍ୟର ଜୋରଦାର ପ୍ରଚାର ଚଳାଇଥିବା ବେଳେ ଏ କ୍ଷେତ୍ରରେ କାହିଁକି ପଛୁଆ ବୋଲି ସେ ପ୍ରଶ୍ନ କରିଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ସରକାର ଲୋକମାନଙ୍କ ସଂସ୍ପର୍ଶରେ ଆସିବାକୁ ଅନୁରୋଧ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଡ଼ଃ କୈଳାସ ଚନ୍ଦ୍ର ବିଶ୍ୱାଳ,ଉଦ୍ଧବ କର,ଯୁବ ସାମାଜିକ କର୍ମୀ ଶୁଭ୍ରଜିତ୍ ଦାଶ,ପ୍ରକାଶ ମାଝୀ, ରଣଜିତ୍ ଧଳ, ଶୁଭ୍ରାଂଶୁ ଶେଖର ପାତ୍ର, ଆଶିଷ ଲେଙ୍କା, ମୁକେଶ ବସ୍ତିଆ, ଦୋଳଗୋବିନ୍ଦ ସାମଲ, ଆଡଭୋକେଟ୍ ଦେବାଶିଷ ମିଶ୍ର, ବିସ୍ମୟ ଦାଶ, ସଞ୍ଜୀବ କୁମାର ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ଦେବେନ୍ଦ୍ର ଦାସ, ସୁକାନ୍ତ କୁମାର ମହାନ୍ତି,ସୁବ୍ରତ ଶର୍ମା, ଅନିମେଶ ମହାପାତ୍ର,ମହିଳା ସାମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ,ପ୍ରତୀକ୍ଷା ମହାପାତ୍ର,ଲିନୁ ମିଶ୍ର,ବିନ୍ଦୁଜା ଉପାଧ୍ୟାୟ,ଶୁଭଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।