ବିପର୍ଯ୍ୟୟ ଅନିଷ୍ଟ ଆଶଙ୍କା ହ୍ରାସ ସମ୍ପର୍କିତ କର୍ମଶାଳା

14

ଗଜପତି,୨୪/୮(ପ୍ରଭାତ କୁମାର ପାତ୍ର) : ଯେ କୌଣସି ପ୍ରକୃତିକ ବିପର୍ଯ୍ୟୟ ସମୟରେ ଅନିଷ୍ଟ ହେବାକୁ ଥିବା ଆଶଙ୍କାକୁ କିଭଳି ହ୍ରାସ କରିହେବ ଏବଂ ଜଳବାୟୁ ପରିବର୍ତ୍ତନକୁ କିଭଳି ବିକାଶର ମୁଖ୍ୟ – ସ୍ରୋତରେ ଉପଯୋଗୀ କରିହେବ ସେ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ନୀଳନି ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥରିଟି ଓ ମିଳିତ ଜତିସଂଘର- ବିକାଶ କାର୍ଯ୍ୟକ୍ରମ ସାହାୟତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ ଅଧ୍ୟକ୍ଷତା କରି ସମସ୍ତ ଅଧିକାରୀ ମାନେ ସମନ୍ତ୍ରୟ ରକ୍ଷା କରି ବିପର୍ଯ୍ୟୟ ସମୟରେ କିଭଳି ଧନଜୀବନ କ୍ଷୟକ୍ଷତିକୁ ଜିରୋ ତଥା ଅଧିକ ମାତ୍ରାରେ ହ୍ରାସ କରିହେବ ସେ ଦିଗରେ ନିଶ୍ଚିତ ଧ୍ୟାନ ଦେବା ଉପରେ ପରାମର୍ଶ ଦେଇଥିଲେ। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଯୋଗ ଦେଇ ବିପର୍ଯ୍ୟୟ ଆଜିକାଲି ମନୁଷ୍ଯ ଜୀବନରେ ଅଙ୍ଗାଅଙ୍ଗୀ ଭାବେ ଜଡିତ ହୋଇ ଗଲାଣି। ଯାହାକି ଏହା ବାରବାର ଅସୁଛି,ହେଲେ ଏହାର ପ୍ରତିକାର କରାଯାଇ କିଭୋଳ ଭାବେ ଏହା ହ୍ରାସ କରିହେବ ସେ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା ଯୋଗଦେଇ ବିପର୍ଯ୍ୟୟ ଘଟିବା ପୂର୍ବରୁ ଓ ପରେ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଓ ଅନ୍ୟାନ୍ୟ ଲୋକଙ୍କ ପାଖରେ ସମସ୍ତ ସେବ ମନୋଭାବ ନେଇ ପହଂଚିବା ଆବଶ୍ୟକ ସେବା ଯୋଗାଇ ପାରିଲେ ହିଁ ଅଧିକାରୀ ମାନେ ନିଜ କର୍ତ୍ତବ୍ୟରେ ସଫଳ ପାଇବା ସହ ଅନ୍ୟ ମାନଙ୍କ ପାଇଁ ସହାୟକ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସତ୍ୟ ସଂପୂର୍ଣ୍ଣା ରାଉତ ସଂଯୋଜନା କରି କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟତଃ ବିପର୍ଯ୍ୟୟ ପରିଚାଳନା ବେଳେ ୨ ଦିଗ ଉପରେ ଅଧିକ ଧ୍ୟାନ ଦେବାକୁ ହୋଇଥାଏ। ତାହା ହେଲେ ପ୍ରସ୍ଥୁତୀ ଓ ଦାୟିତ୍ୱ । ପ୍ରସ୍ଥୁତୀ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ବିପର୍ଯ୍ୟୟ ଘଟିବା ପୂର୍ବରୁ କିଭଳି ସଠିକ୍ ସୂଚନା ଦେଇହେବ ଏବଂ ସେମାନଙ୍କ ପାଖରେ ପହଞ୍ଚିହେବ ଓ ସେବା ଯୋଗାଇ ଦେଇପାରିଲେ ହିଁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଦୃଢୀଭୂତ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥରିଟି ମୁଖ୍ୟ ମହା-ପ୍ରବଦ୍ଧକ ଡଃ : ପ୍ରଦୀପ କୁମାର ନାୟକ ଯୋଗ ଦେଇ ବିପର୍ଯ୍ୟୟ ଅନିଷ୍ଟ ଆଶଙ୍କା ହ୍ରାସ କ’ଣ ଏବଂ ଜଳବାୟୁ ପରିବର୍ତ୍ତନକୁ ବିକାଶର ମୁଖ୍ୟ ସ୍ରୋତରେ କିଭଳି ସାମିଲ କରା ଯାଇପାରିବ ଏବଂ ବିପର୍ଯ୍ୟୟ ପରିଚାଳନା ବେଳେ କେଉଁ କେଉଁ ଦିନ ଗୁଡ଼ିକ ଉପରେ ପ୍ରସ୍ଥୁତ ହୋଇ ଅଧିକ ଧ୍ୟାନ ଦେଇନ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରି ଧନ ଜୀବନ ରକ୍ଷା କରିବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ଅଧିକାରୀ ମେଘନାଥ ବେହେରା ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥରିଟି ରାଜ୍ୟ ପ୍ରକଳ୍ପ ଅଧିକାରୀ ଗୌରୀ ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରୋଜେକ୍ଟର ଚିତ୍ର ପ୍ରଦର୍ଶନ ମାଧ୍ଯମରେ ବିପର୍ଯ୍ୟୟ ପରିଚାଳନା ବିଭିନ୍ନ ଦିଗ ଉପରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ଵାଇଁ, ଅତିରିକ୍ତ ଏସପି ଶାନ୍ତନୁ କୁମାର ଦାସଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ଅଧିକାରୀ ସମସ୍ତ ବ୍ଲକ ତହସିଲଦାର ଓ ବିଡିଓ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।