
ଗଞ୍ଜାମ(ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅଧିନସ୍ଥ କୁଲାଡ ଥାନା ଗୋଲାପଡ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ସୁଜତା ସାହୁଙ୍କ ଗର୍ଭରୁ ଜନ୍ମିତ ନବଜାତ ଶିଶୁ ଅସ୍ବାଭାବିକ ଭାବେ ଜନ୍ମ ଗ୍ରହଣ କରିବା ଚିନ୍ତାର ବିଷୟ ପାଲଟିଛି। ଏମ କେ ସି ଜି ମେଡିକାଲରେ ଜନ୍ମିତ ଏହି ଶିଶୁଟିର ପେଟ ମଧ୍ୟସ୍ଥ ପାକସ୍ଥଳୀ ଓ ଅନ୍ୟାନ୍ୟ ଅଂଗ ବାହାରକୁ ବାହାରିଥିବା ଡାକ୍ତର ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ଏହି ଶିଶୁର ଆରୋଗ୍ୟ କାମନା କରିଛନ୍ତି ଏମ କେ ସି ଜି କର୍ତ୍ତୃପକ୍ଷ। ଶିଶୁ ଟିକୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନିମନ୍ତେ ବହୁଚେଷ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ସେବା ନ ମିଳିବା ଫଳରେ ହେଲ୍ପିଂଗ ହେଣ୍ଡ ଏଣ୍ଡ ରେସ୍କ୍ୟୁ କେୟାର ତରଫରୁ ଏମ କେ ସି ଜିର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ ପରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିଲା। ଫଳରେ ନବଜାତ ଶିଶୁଟିକୁ କଟକ ଶିଶୁଭବନ ପଠାଯାଇଛି। ସରକାର ଏହି ଶିଶୁ ସନ୍ତାନର ସମସ୍ତ ଚିକିତ୍ସା ବ୍ୟବସ୍ଥାର ସୁବିଧା ଯୋଗାଇ ଦେବାକୁ ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏଭଳି ଅସ୍ବାଭାବିକ ଅବସ୍ଥାରେ ଜନ୍ମିତ ଏହି ଶିଶୁଟିର ଜୀବନ ବର୍ତ୍ତମାନ ସଙ୍କଟାପନ୍ନ ଥିବାବେଳେ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଗ୍ରାମବାସୀ ଏବଂ ଜନସାଧାରଣ ମତ ପ୍ରକାଶ କରିଛନ୍ତି। ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂଗ ହେଣ୍ଡ ଏଣ୍ଡ ରେସ୍କ୍ୟୁ କେୟାର ତରଫରୁ ସାହାଯ୍ୟ ଓ ସହଯୋଗ ଫଳରେ ଉଭୟ ମା ଓ ଶିଶୁଙ୍କୁ କଟକ ଶିଶୁଭବନ ପଠାଯାଇଛି।
ରିପୋର୍ଟର ରତ୍ନାକର ସିଅ


