Thursday, November 12, 2026
Home ଆଞ୍ଚଳିକ ସ୍ବାମୀ ଶ୍ରୀ ଚିଦାନନ୍ଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୧ତମ ବାର୍ଷିକ ଉତ୍ସବ ।

ସ୍ବାମୀ ଶ୍ରୀ ଚିଦାନନ୍ଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୧ତମ ବାର୍ଷିକ ଉତ୍ସବ ।

42

ଶେରଗଡ଼ (ଜିଲ୍ଲା ଖବର) : ଶେରଗଡ଼ ବ୍ଲକର ତୋଟାସାହି ସ୍ଥିତ ସ୍ବାମୀ ଶ୍ରୀ ଚିଦାନନ୍ଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସାରସ ସ୍ବାଇଁ ,ମୁଖ୍ୟ ବକ୍ତା ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା ସମ୍ନାନୀତ ଅତିଥି ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରରଞ୍ଜନ ସାହୁ, ଶେରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା,ଭାରପ୍ରାପ୍ତ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ଶିକ୍ଷକ ବିପ୍ରଚରଣ ମିଶ୍ର ହୃଷିକେଶ ପାତ୍ର,୫୮ନଂ ଜିଲ୍ଲା ପରିଷଦ ପ୍ରମୋଦ କୁମାର ପାତ୍ର ଉପଦେଷ୍ଟା ସମୀର ପ୍ରଧାନ, ସୁଦର୍ଶନ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ପରିଚାଳନା କମିଟି ସଭାପତି ନିବେଦିତା ପ୍ରଧାନ ଶିଶୁ ମାନଙ୍କୁ ସ୍ମାଟ ଫୋନ ଠାରୁ ଦୂରେଇ ରହିବା ନିମନ୍ତେ ଉପଦେଶ ଦେଇଥିଲେ । ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅନିଲ କୁମାର ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ। ଗୁରୁଜୀ ଜ୍ୟୋତିରଞ୍ଜନ ପଣ୍ଡା , ଗୁରୁମା ଅବନ୍ତି ବେହେରା, ସୁନିତା ନାୟକ, ଶିବାନୀ ପ୍ରଧାନ, ରିଙ୍କିନା ଦାସ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର