Thursday, October 15, 2026
Home ଆଞ୍ଚଳିକ ଧୂଆଁଛାଇ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

ଧୂଆଁଛାଇ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

22

ଭଞ୍ଜନଗର (ଜିଲ୍ଲା ଖବର) : ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି କ୍ଲଷ୍ଟର ଅନ୍ତର୍ଗତ ଧୂଆଁଛାଇ ପ୍ରାଥମିକବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ସି.ଆର୍.ସି.ସି ତଥା ବରିଷ୍ଠ ଶିକ୍ଷକ ଶ୍ରୀ ରାଜେଶ ପ୍ରଧାନ ସମ୍ମାନିତ ଅତିଥି ରୂପେ,ଶ୍ରୀ ଜଗବନ୍ଧୁ ଜେନା ,ସଭାପତି,ଅଲ୍ଓଷ୍ଟା,ମୁଖ୍ୟ ଅତିଥି ରୂପେ ,ସମାଜସେବୀ ଶ୍ରୀ ପଞ୍ଚାନନ ପ୍ରଧାନ ସମ୍ମାନିତ ଅତିଥି ରୂପେ , ଶ୍ରୀ ପ୍ରସନ୍ନ ପ୍ରଧାନ ରାଜ୍ୟ ସାଧନ କର୍ମୀ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ର ଆବଶ୍ୟକତା ଓ ଶିକ୍ଷାର୍ଥିଙ୍କ ଦକ୍ଷତାକୁ ପ୍ରକାଶ କରିବାରେ ଏହି ପରି କାର୍ଯ୍ୟକ୍ରମ ର ଆୟୋଜନ ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ନେତାଜୀ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ର ସୁଖଦୁଃଖରେ ସମସ୍ତେ ସାଥୀ ହୋଇ ମୋ ସ୍କୁଲ ଅଭିଯାନ ଯୋଜନାରେ ବିଦ୍ୟାଳୟକୁ ସାହାଯ୍ୟ ସହଯୋଗ କରିବା ପାଇଁ ଆହ୍ବାନ କରିଥିବାବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅପର୍ଣ୍ଣା ଦାସ ସହଯୋଗ କରିଥିଲେ। ଶେଷରେ ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୃତୀ ଶିକ୍ଷାର୍ଥିଙ୍କୁ ଏହି ଅବସରରେ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା। ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟଗଣ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଅପର୍ଣ୍ଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟର ରତ୍ନାକର ଶିଅ ।