
ଆସିକା(ଜିଲ୍ଲା ଖବର): ଆସିକା ବ୍ଲକର ପଞ୍ଚାୟତ ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି ଭତ୍ତା ବଣ୍ଟନ ଶିବିର ।ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ମଲ୍ଲିକ,ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦୀପ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା , ସମସ୍ତ ସରପଞ୍ଚ , ସମିତି ସଭ୍ୟ , ବ୍ଳକ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ବ୍ଳକର ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ ଜଣାଯାଇଛି ।ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ବାର୍ଦ୍ଧକ୍ୟ,ଭିନ୍ନକ୍ଷମ, ବିଧବା ଆଦି ଭତ୍ତା ବାବଦରେ ୧୯୫ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜାତୀୟ ପେନସନ ଯୋଜନାରେ ସାମିଲ କରି ୪୮ଜଣଙ୍କୁ ବିପିଏଲ୍ ଶ୍ରେଣୀ ଅନ୍ତର୍ଭୁକ୍ତ କରି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଆଦି ଭତ୍ତା ପ୍ରଦାନ କରାଯାଇଥିଲା।
ରିପୋର୍ଟର ରତ୍ନାକର ସିଅ




