Saturday, October 10, 2026
Home ଆଞ୍ଚଳିକ ରାଜ୍ୟସ୍ତରୀୟ ଫାର୍ମା କ୍ରିକେଟ ଓ ବ୍ୟାଟ୍ ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ।

ରାଜ୍ୟସ୍ତରୀୟ ଫାର୍ମା କ୍ରିକେଟ ଓ ବ୍ୟାଟ୍ ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ।

9


ବାଲିପଡ଼ା (ଜିଲ୍ଲା ଖବର) : ଆଙ୍କୁଶପୁର ଏସଏମଆଇଟି ପଡିଆରେ ଅଲ ଓଡିଶା ବିପିୟୁଟି ଫାମାସୀ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ କ୍ରିକେଟ୍ ଓ ବ୍ୟାଟ୍ ମିଣ୍ଟନ ପ୍ରତିଯୋଗିତା ୨୦୨୦ ଉଦଯାପିତ ହୋଇଯାଇଛିି।୧୪ରୁ୧୭ ତାରିଖ ପଯ୍ୟନ୍ତ ଖେଳ ଅନୁଷ୍ଟିତ ହୋଇଥିଲା।ଓଡିଶାର ବିଭିନ୍ନ ଫାର୍ମାସୀ କଲେଜରୁ ୧୨ଟି ଟିମ୍ କ୍ରିକେଟ୍ ରେ,୨୦ଟି ଟିମ୍ ବ୍ୟଟ୍ ମିଣ୍ଟନରେ ଅଂଶଗ୍ରହଣ କରିଥିଲେ।କ୍ରିକେଟ୍ ରେ ଆଇପିଟି ସାଲେପୁର ବିଜୟ ଲାଭ କରିଥିବା ବେଳେ କେଏମପିଏସ୍ ରାଉରକେଲା ରନର ହୋଇଥିଲେ ।ପ୍ରଥମ ଦିନରେ ଅତିଥି ଭାବେ ଏସଏମଆଇଟି ସଭାପତି ଭଗବାନ ଗନ୍ତାୟତ ,ଓଡିଶା କ୍ରିକେଟ ଆସୋସିଏସନର ସ୍କୋରର୍ ସତ୍ୟନାରାୟଣ ପରିଡା,ଦ୍ବିତୀୟ ଦିନରେ ଆରଆଇପିଏସ୍ ବ୍ରହ୍ମପୁରର ପ୍ରିନ୍ସିପାଲ୍ ଡଃ.ବି.ଭି.ଭି ରବିକୁମାର ,ତୃତୀୟ ଦିନରେ ବ୍ରହ୍ମପୁର ବିଜେଡି ସଭାପତି ବିଜୟ ସାମଲ,ବିଜେଡି ଯୁବ ନେତା ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର,ବିଜେଡି ନେତା ଅଜିତ ପଣ୍ଡା ଯୋଗଦେଇ ଖେଳାଳି ମାନଙ୍କୁ ଉସ୍ଛାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ।