
ବ୍ରହ୍ମପୁର, (ଜ଼ିଲ୍ଲା ଖବର) : ଷ୍ଟେସନ୍ ରୋଡ ସ୍ଥିତ ପ୍ପେସାଲ୍ ସର୍କିଟ ହାଉସ୍ ଠାରେ ସାପ୍ତାହିକ ଖବର କାଗଜ ଦୁର୍ନୀତିର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ରାଜ୍ୟ ପ୍ରତିନିଧି ଶ୍ରୀ ଗୋପାଳକୃଷ୍ଣ ପାଳ ତତ୍ତ୍ୱବଧାନକ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଗଂଜାମ, ଗଜପତି, ଫୁଲବାଣୀ, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇ ଦୁର୍ନୀତିର ଉନ୍ନତିକ୍ରମେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।
ଦୁର୍ନୀତିର ସମ୍ପାଦକ ଓ ରାଜ୍ୟ ପ୍ରତିନିଧି ଏହାର କିଛି ନିର୍ଦ୍ଧିଷ୍ଟ ନିୟମ ବିଷୟରେ ଆଲୋଚନା କରିଥିଲେ । ପ୍ରତିନିଧିମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମସ୍ତ ସାମ୍ବାଦିକମାନେ ନିଜ ନିଜର ମତାମତ ଦେଇଥିଲେ । ଏହି ବୈଠକରେ ସଂଜୟ କୁମାର ଦାଶ, ଶ୍ରୀଧର ସାହୁ, ହେମନ୍ତ କୁମାର ପାତ୍ର, ରାମକୃଷ୍ଣ ପାଣି, ରଂଜିତ କୁମାର ପଲେଇ, ସାହେବ ନାୟକ, ସୁରେଶ ବେହେରା, ଅଶୋକ କୁମାର ସାହୁ, ନସିଂହ ମିଶ୍ର ଆଦି ପ୍ରତିନିଧି ଭାଇମାନେ ଯୋଗଦେଇଥିଲେ ।



