Wednesday, October 14, 2026
Home ଆଞ୍ଚଳିକ ଘଟକେଶ୍ବର ବହୁମୁଖି ପ୍ରକଳ୍ପ ଶୁଭଦେଲେ ବାଚସ୍ପତି

ଘଟକେଶ୍ବର ବହୁମୁଖି ପ୍ରକଳ୍ପ ଶୁଭଦେଲେ ବାଚସ୍ପତି

30

ବ୍ରହ୍ମପୁର,(ଲକ୍ଷ୍ମୀ ନାରାୟଣ ମିଶ୍ର) ; ବହୁ ବର୍ଷର ପ୍ରତୀକ୍ଷା ପରେ ପୁଣି ଥରେ ଘାଟକେଶ୍ୱର ପ୍ରକଳ୍ପର ଶୁଭ ଦେଇଛନ୍ତି ଓଡିଶାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କୁକୁଡ଼ାଖଣ୍ଡି ବି.ଡି.ଓ ଗଦାଧର ପାତ୍ର, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, କଙ୍କିଆ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକ ଯୋଗଦେଇଥିଲେ ।

୧୧୯ କୋଟି ଟକାଂର ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ କରାଯାଇଛି। ଆଖପାଖ ଅଞର ପ୍ରାୟ ୫୦୦ ହେକଟର ଚାଷ ଜମିକୁ ଜଳସେଚନର ସୁବିଧା ହେବ I ସ୍ଥାନୀୟ ଅଞ୍ଚଳ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏହି ପ୍ରକଳ୍ପ ସେମାନଙ୍କ ପାଇଁ ସୁବିଧା ହେବ । ଚାଷ କରି ଆଦିବାସୀ ମାନେ ଆତ୍ମନିର୍ଭରଶିଳ ହୋଇପାରିବେ । କଂଗ୍ରେସ ଅମଳରେ ଏହି ପ୍ରକଳ୍ପ ପାଇଁ ନିଷ୍ପତି ନିଆଯାଇଥିଲେ ମଧ୍ୟ କେତେକ କାରଣ ଯୋଗୁଁ ତାହା ଅଟକି ଯାଇଥିଲା । ଏହା ପରେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଆରମ୍ଭ ପାଇଁ ଭିତିଭୂମିର ଶୁଭ ଦେଇଥିଲେ ।

ଆଉ ଏବେ ପ୍ରକଳ୍ପ ପାଇଁ ୧୧୯ କୋଟି ଟଙ୍କା ମଞ୍ଜୁର ହେବା ପରେ ଏହି କାର୍ୟ୍ୟକୁ ଅଗେଇ ନେବା ପାଇଁ ବିଭାଗୀୟ ଯନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଶୁଭ ଦେବା ସହ ଏହି ପ୍ରକଳ୍ପ ଜୁନ୍ ୨୦୨୧ ସୁଦ୍ଧା ସମାପ୍ତ ହେବ ଓ ଏହା ମାଧ୍ୟମରେ କୁକୁଡ଼ାଖଣ୍ଡି ବ୍ଲକ୍ ର ଅନେକ ଗ୍ରାମବାସିନ୍ଦା ଉଭୟ ପିଇବା ପାଣି ଓ ଜମି ପାଇଁ ପାଣି ପାଇପାରିବେ ବୋଲି ବାଚସ୍ପତି ଓ ସାଂସଦ କହିଛନ୍ତି ।ଆୟୋଜିତ ଏକ ସଭାରେ ବାଚସ୍ପତି କୁକୁଡ଼ାଖଣ୍ଡି ବି.ଡି.ଓ ଗଦାଧର ପାତ୍ର, ଓ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଆଦିବାସୀ ଅଂଚଳର ଓ ସମ୍ପୂର୍ଣ୍ଣ ଅଞ୍ଚଳର ବହୁ ଉନ୍ନତି ମୂଳକ କାର୍ୟ୍ୟ କରାଯାଇଛି ।

ଘାଟକେଶ୍ୱର ପ୍ରକଳ୍ପ ଆଦିବାସୀ ଲୋକଙ୍କ ଉଧେଶ୍ୟରେ ସମର୍ପିତ ବୋଲି କହିଥିଲେ । କାର୍ୟ୍ୟକ୍ରମରେ ଓସିସି ଜିଏମ ଇ.ଅଶୋକ କୁମାର ପାତ୍ର, କୈଳାଶ ବିଶୋଇ, ଉଦୟ ବେହେରା, ଯତିନ୍ଦ୍ର ପାତ୍ର, ବିଷ୍ଣୁପ୍ରିୟା ପାତ୍ର, ରଘୁ ପାତ୍ର, ହିମାଂଶୁ ପାଢ଼ୀ, ରାଧାମୋହନ ସେଠିଙ୍କ ସହ ବହୁ ବହୁ ସରପଞ୍ଚ ଉପସ୍ଥିତ ସମେତ ଅଂଚଳ ବାସି ଖୁସିମନରେ ଉପସ୍ଥିତ ଥିଲେ I