
ଆସିକା ( ଜିଲ୍ଲା ଖବର ) : ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୁଲ୍ୟରେ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆସିକାଙ୍କ ତତ୍ତ୍ଵାବଧାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟ ଉଦଘାଟନ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଥିବା ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ହୋଇପାରିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆସିକା ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟକୁ ୮୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଇନ୍ଦିରା ଆବାସ ଲଣ୍ଡାଜୁଆଳି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବି.କୃଷ୍ଣ ପାତ୍ର, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁଧିର ଚନ୍ଦ୍ର ପାଢୀ ଉପସ୍ଥିତ ରହି ଆୟୋଜିତ କ୍ରୀଡା ସମ୍ବନ୍ଧରେ ଧାରଣା ଦେଇ ମ୍ୟୁଜିକାଲ୍ ଚେୟାର,ଥ୍ରୋ ବଲ୍ ଓ ବକେଟର ସଂଯୋଗ ଆଦି ପ୍ରତିଯୋଗିତା କରାଯାଇଥିଲା।ଥ୍ରୋ ବଲ୍ ପ୍ରତିଯୋଗିତାରେ କୃଷ୍ଣ ଚରଣ ବାଳିକା ଉଚ୍ଚ ବିଦ୍ୟାଳୟ,ନିମିନାର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରଶାନ୍ତ ମହାରଣା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗହଙ୍ଗୁର ଅଷ୍ଟମ ଶ୍ରେଣୀ ଛାତ୍ରୀ ପୂଜା ବାଡତ୍ୟା,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଭେଟନଇର ଶୁଭମ୍ ଗୌଡ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ବଲ୍ ଓ ବକେଟର ସଂଯୋଗ ପ୍ରତିଯୋଗିତାରେ ସ୍ୱାଗତ ଜେନା, କାହ୍ନୁ ଦାସ, ଶୁଭମ୍ ଗୌଡ,ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତାରେ ଲିଜା ନାଇକ,ପବିତ୍ର ନାଇକ,ତେଜସ୍ୱିନୀ ପାତ୍ର ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସହାୟକ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ର ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂରାତନ ବୋର୍ଡ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟରାମ ନାୟକ,ସିଆରସିସି ଭାବରେ ସରୋଜ କୁମାର ନାୟକ, ଜଗନ୍ନାଥ ଦାସ,ନିରଞ୍ଜନ ପରିଡା, ବିଦ୍ୟାଧର ସାହୁ,ବଂଶିଧର ପରିଡା,ଶିବ ଶଙ୍କର ଜେନା,ସିମାଞ୍ଚଳ ସେଠୀ,ସୁଭେନ୍ଦୁ ଶେଖର ଜେନା, କାହ୍ନୁଚରଣ ଲେଙ୍କା,ମନୋରଞ୍ଜନ ପାଢୀ,ସତ୍ୟନାରାୟଣ ସେଠୀ, ଅମିୟ ସିନ୍ଧୁ ମୁନି,ଅନ୍ତନିର୍ବେଶୀ,ଶିକ୍ଷା ସ୍ୱେଚ୍ଛାସେବୀ ଭାବରେ ଶାନ୍ତିଲତା ପାତ୍ର,ନୃସିଂହ ଲେଙ୍କା,ଫକୀର ମୋହନ ପ୍ରଧାନ,ଅନୀଲ କୁମାର ବିଷୋୟୀ ଆଦି ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଗୋଷ୍ଠୀ ସମ୍ୱଳ ଶିକ୍ଷକ ହେମନ୍ତ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର







