Wednesday, October 14, 2026
Home ଆଞ୍ଚଳିକ ରାସ୍ତା ସମ୍ପ୍ରସାରଣ ପାଇଁ, ସହର ରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ…

ରାସ୍ତା ସମ୍ପ୍ରସାରଣ ପାଇଁ, ସହର ରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ…

399

କବିସୂର୍ଯ୍ୟନଗର (ଜିଲ୍ଲା ଖବର) କବିସୂର୍ଯ୍ୟନଗର ସହର ରେ ମର୍ଦ୍ଧରାଜ ହାଇସ୍କୁଲ ଠାରୁ, ଧନେଇ ନଦୀ ଯାଏ 946ମିଟର ରାସ୍ତା ସମ୍ପ୍ରସାରଣ ହୋଇନଥିବା ଯୋଗୁଁ ସହର ରେ ଟ୍ରାଫିକ ସମସ୍ୟା ଗୁରୁତର ଦେଖା ଦେଉଛି. ଯାନବାହାନ ଯାତାୟାତ, ସ୍କୁଲ ପିଲା, ଆମ୍ବୁଲାନ୍ସ, ବିଶେଷ କରି ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି. ଜନସାଧାରଣ ଙ୍କ ବହୁବାର ଅଭିଯୋଗ ପରେ ବି ପ୍ରଶାସନ ଶୁଣି ନଥିବା ଯୋଗୁଁ ମାନ୍ୟବର ହାଇକୋର୍ଟ ରେ ଜନସ୍ଵାର୍ଥ ମାମଲା ବି କରାଯାଇଥିଲା, ଶେଷରେ ପବ୍ଲିକ ପିଟିସନ କୁ ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରି ନିଜେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ଗଞ୍ଜାମ ଜିଲ୍ଲା ପାଳ ଙ୍କୁ ଟ୍ରାଫିକ ସମସ୍ୟା ସମାଧାନ କାଟିବାକୁ ନିର୍ଦେଶ ଦେବା ପରେ , ଏବେ ବିବାଦୀୟ କୁହାଯାଉଥିବା ଅସମ୍ପୂର୍ଣ ରାସ୍ତା , ସମ୍ପ୍ରସାରଣ କରିବାକୁ ଆଜି ସହର ରେ ସରକାରୀ ଜାଗା ଚିହ୍ନଟ ଆରମ୍ଭ ହୋଇଛି, ତହସିଲଦାର, ତାଙ୍କ କର୍ମଚାରୀ, ପୂର୍ତ୍ତ ବିଭାଗ SDO, JE, ଓ NAC ଏକଜୁଟିଭ ଅଫିସର, ଓ ଥାନା ଅଧିକାରୀ ଉପସ୍ଥିତ ରହି ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି.
ସୂଚନା ଯୋଗ୍ୟ ଯେ, ପ୍ରଥମେ ସରକାରୀ ଜାଗା ରୁ ଜବରଦଖଲ ଉଛେଦ ପରେ, ପଟ୍ଟା ଜମି ମାଲିକଙ୍କୁ କ୍ଷତି ପୂରଣ ଦେଇ ଜମିଅଧିଗ୍ରହଣ କରାଯିବାକୁ, ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି.. ଟ୍ରାଫିକ ସମସ୍ୟା ଦୂର ପାଇଁ ଶୀଘ୍ର ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି କୁହାଯାଇଛି.

ରିପୋର୍ଟର ନାରାୟଣୀ ପ୍ରସାଦ ମିଶ୍ର.