Monday, October 12, 2026
Home ଆଞ୍ଚଳିକ ସତ୍ୟଭାମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

ସତ୍ୟଭାମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

115


ବ୍ରହ୍ମପୁର (ଜିଲ୍ଲା ଖବର ) : ବଡଖଣ୍ଡି ଗ୍ରାମ ସ୍ଥିତ ସତ୍ୟଭାମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩୯ତମ ବାର୍ଷିକ ପୁରସ୍କାର ବିବରଣୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ହିଞ୍ଜିଳି ପଞ୍ଚାୟତ ସମିତି ଅଧ୍ୟକ୍ଷ N.ରଘୁନାଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ରୂପେ ବଡଖଣ୍ଡି ଗ୍ରାମପଞ୍ଚାୟତ ସରପଞ୍ଚ କେ.ଦୁର୍ଗାପ୍ରସାଦ ରାଓ, ଗ୍ରାମ୍ୟ କମିଟି ସଭାପତି,କାପଲ ଗୁରୁନାଥ, ସ୍କୁଲ କମିଟି ସଭାପତି ପାଟା ଗୋବିନ୍ଦ, ବଳରାମ ପଲ୍ଲୀ ଗ୍ରାମ୍ୟ ସଭାପତି P.ଲବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ମହାରଣା ମୁଖ୍ୟ ବକ୍ତା ଭାବେ ଥିବା ବେଳେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ A.ଶଙ୍କର ପ୍ରସାଦ ଆଚାରୀ ସଭାପତି ଦାୟିତ୍ୱ ତୁଲାଇଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ରାମହରି ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୋଗ ଶିକ୍ଷକ N.ଲୋକନାଥ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ପୂର୍ବତନ ଛାତ୍ର D.ଯୁଧିଷ୍ଠିର ଦୋରା ଆଲୁମିନ ଦାୟିତ୍ଵ ନିର୍ବାହ କରି ବାର୍ଷିକ ଉତ୍ସବର ସମସ୍ତ ଖର୍ଚ୍ଚ ବହନ କରି ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଦେବୀ ସାହୁ, ଚନ୍ଦ୍ରିକା ତ୍ରିପାଠୀ,କାପଲ ରଘୁନାଥ, ନବୀନ ଭୂୟାଁ,ଦିଲ୍ଲୀପ କୁମାର ସାହୁ, ପ୍ରକାଶ ଚନ୍ଦ୍ର ସେଠୀ,କାଳୁଚରଣ ହାତୀ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଓ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।