Monday, October 12, 2026
Home ଆଞ୍ଚଳିକ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୧ତମ ଜନ୍ମ ମହୋତ୍ସବ ଓ ୨୦ତମ ବାର୍ଷିକ ଉତ୍ସବ ପାଳନ...

ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୧ତମ ଜନ୍ମ ମହୋତ୍ସବ ଓ ୨୦ତମ ବାର୍ଷିକ ଉତ୍ସବ ପାଳନ ।

72

ଛତ୍ରପୁର (ଜିଲ୍ଲା ଖବର) : ଛତ୍ରପୁର ଅନ୍ତର୍ଗତ ଆଯୋଉପୁଲି ଗ୍ରାମରେ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୧ତମ ଜନ୍ମ ମହୋତ୍ସବ ସହ ୨୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବେଦ ମାଗଲିନି ଓ ନହବତ ସହ ସକାଳ କୀର୍ତ୍ତନ ଅନୁଷ୍ଠିତ କରାଯାଇଥିଲା। ଅପରଂହଁରେ ଘଣ୍ଟ ମୃଦଙ୍ଗ, ଶଙ୍ଖ ମହୁରୀ ସହ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସହ ବଣାଢେ଼ଇ ଶୋଭାଯାତ୍ରାରେ ଗାଁ ନଗର ପରିକ୍ରମା କରାଯାଇଥିଲା। ସତସଙ୍ଗ ବିଜୟ କୁମାର ପରିଡା ଜୀବନ ଧାରା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଫାରସୟା ଭାଇ, ଜୟ ପ୍ରକାଶ ପାତ୍ର ଓ ଆଶିଷ କୁମାର ସୁବୁଦ୍ଧି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସତସଙ୍ଗ ପରିଚାଳନା କରିଥିଲେ। ସମସ୍ତ ଆବଶ୍ୟକ କାର୍ଯ୍ୟରେ କେ. ସୁରେନ୍ଦ୍ର, ଟି. କାଳିଆ, ୟୁ. ରାମେୟା, ଜୟ ପ୍ରକାଶ ପାତ୍ର, ରଘୁନାଥ ରେଡ୍ଡୀ ଓ ଆଶିଷ କୁମାର ସୁବୁଦ୍ଧି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଅଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଶେଷରେ ସମସ୍ତ କାର୍ଯ୍ୟକାରୀ ସହ ଭକ୍ତ ମାନେ ପ୍ରସାଦ ସେବନ କରିବା ସହ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଶ୍ରିବାଦ ପାଇଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।