Monday, October 12, 2026
Home ଆଞ୍ଚଳିକ ଗଞ୍ଜାମ ପିଡି ସାନଖେମୁଣ୍ଡି ଗସ୍ତ ।

ଗଞ୍ଜାମ ପିଡି ସାନଖେମୁଣ୍ଡି ଗସ୍ତ ।

92

ସାନଖେମୁଣ୍ଡି (ଜିଲ୍ଲା ଖବର) : କିଛିଦିନ ପରେ ଚଳିତ ଆର୍ଥିକ ବର୍ଷ ଶେଷ ହୋଇଥିବା ଦୃଷ୍ଟିରୁ ଜିଲ୍ଲାସ୍ତରର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ପଞ୍ଚାୟତ ସ୍ତରରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଗତିଶୀଳତାକୁ ନେଇ ପ୍ରଶାସନିକ ଚଳଚଞ୍ଚଳ ଦେଖା ଦେଇଅଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀଙ୍କ ଦ୍ୱାରା ବ୍ଲକ ସ୍ତରୀୟ ଗସ୍ତ କରାଯାଇ ଚାଲୁ ରହିଥିବା ରାଜ୍ୟ ଅର୍ଥ କମିଶନ, କେନ୍ଦ୍ରୀୟ ଅର୍ଥ କମିଶନ ଜନିତ ଅର୍ଥପାଣ୍ଠିର ଜନଯୋଗୀତାକୁ ନେଇ ତର୍ଜମା ସମୀକ୍ଷା ସହ କାର୍ଯ୍ୟ ପରିଦର୍ଶନ କରାଯାଉଅଛି। ଜାତୀୟ ଶ୍ରମ ଦିବସ ସୃଷ୍ଟି ଆକଳନକୁ ତ୍ୱରାନ୍ୱିତ କରାଯିବାକୁ ପ୍ରଶାସନିକ ଉଦ୍ୟମ ଜାରି ରହିଥିବା ଅବସରରେ ଆଜି ଅପରଂହଁରେ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ଗସ୍ତ କରିବା ସହିତ ଚାଲୁ ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟଧାରାର ପରିଦର୍ଶନ କରିଛନ୍ତି। ବ୍ଲକ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ସରକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଭିକାରି ରୋଲଙ୍କ ସହ ସଂଶ୍ଲିଷ୍ଟ ବିଭାଗୀୟ ଯନ୍ତ୍ରୀ, ନିର୍ବାହୀ ଅଧିକାରୀଙ୍କ ସହିତ ଆଜି ଜୁରା ଗ୍ରାମସ୍ତ ସକଳେଶ୍ୱର ମନ୍ଦିର ପାର୍ଶ୍ଵ ଆଦର୍ଶ ପୋଖରୀ, ପାର୍କ, ସିଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ମାଗୁଣିବନ୍ଧର ଆଦର୍ଶ ପୋଖରୀ ଯୋଜନା ଛଣମେରୀ ପଞ୍ଚାୟତର ଆଦର୍ଶ ପୋଖରୀ, କଙ୍କରୋଡା ଓ କଉଡ଼ିଆ ପଞ୍ଚାୟତର ନାରାୟଣୀ ବନ୍ଧର ପୁନରୁଦ୍ଧାର, କଉଡ଼ିଆର କଲ୍ୟାଣ ମଣ୍ଡପ ସହ ଗ୍ରାମ ବଡ଼ ଦାଣ୍ଡ ରାସ୍ତା ନିର୍ମାଣର ପରିଦର୍ଶନ କରିବା ସହିତ ଗ୍ରାମନିକସ ସୃଷ୍ଟି, ଗଠନମୂଳକ ଭିତ୍ତିଭୂମିର ପରିଦର୍ଶନ ସହ ତର୍ଜମା କରିଥିଲେ। ଉନ୍ନୟନ କାର୍ଯ୍ୟ ପରିଦର୍ଶନ ସମୟରେ ରୋହିତ ଖୁଣ୍ଟିଆ, ପ୍ରଭାକର ପାଣିଗ୍ରାହୀ, ଲଷ୍ମୀଚରଣ ପାତ୍ର ପ୍ରମୁଖଙ୍କ ସହ ପଞ୍ଚାୟତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।