
ହିଞ୍ଜିଳିକାଟୁ(ଜିଲ୍ଲା ଖବର): ସିକିରି ଅଞ୍ଚଳର ଏକ ଜଣାଶୁଣା ଶିକ୍ଷାନୁଷ୍ଠାନ ବିଘ୍ନରାଜ ଟିୟୁଟୋରିଆଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ପୂଲୱାମା ଆକ୍ରମଣରେ ସହିଦ ହୋଇଥିବା ବୀର ଜବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତି ଚାରଣ କରିଛନ୍ତି। ବିଘ୍ନରାଜ ଟିୟୁଟୋରିଆଲର ସମସ୍ତ ଛାତ୍ରଛାତ୍ରୀ ସମେତ ଅନୁଷ୍ଠାନର ଶିକ୍ଷକ ଶ୍ରୀ କାହ୍ନୁଚରଣ ଗୌଡ ସହୀଦ ଜବାନ ମାନଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଫଳରେ ଏକ ଭାବବିହ୍ୱୋଳ ପରିବେଶ ସୃଷ୍ଟି ହୋଇଥିଲା।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର




