
ଜଗନ୍ନାଥ ପ୍ରସାଦ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ଓ ଇତିହାସ ବିଭାଗର ମିଳିତ ଆନୁକୁଲ୍ୟରେ “ଭାରତ ପାକିସ୍ଥାନ ସମ୍ପର୍କ” ଶୀର୍ଷକ ପାଠଚକ୍ର ଆଲୋଚନା ଅଧ୍ୟକ୍ଷ ଶ୍ରୀ ସନାତନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଭଞ୍ଜନଗରର ଅଧ୍ୟକ୍ଷ ଡଃ ନୀଳାଞ୍ଚଳ ମୁନି ଏବଂ ତେନ୍ତୁଲିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ବି.ଡି.ପୁରର ପ୍ରାକ୍ତନ ଅଧ୍ୟକ୍ଷ ଡଃ.ଶ୍ୟାମା ପ୍ରସାଦ ମିଶ୍ର ସାଧନ ବ୍ୟକ୍ତି ଭାବେ ଯୋଗଦେଇ ଭାରତ ପାକିସ୍ଥାନ ମଧ୍ୟରେ ଥିବା ସମ୍ପର୍କ ତଥା ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ବିଷୟରେ ଆଲୋକପାତ କରିଥିଲେ । ଅଧ୍ଯାପକ ଡଃ ପ୍ରମୋଦ କୁମାର ଚୌଧୁରୀ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇହିହାସ ଓ ରାଜନୀତି ବିଜ୍ଞାନ ବିଭାଗର ସମ୍ମାନୀତ ଛାତ୍ରୀ ଶିବାନୀ ପଣ୍ଡା ଧରିତ୍ରୀ ରାଉତ ସଂଦର୍ଭ ପାଠ କରିଥିଲେ । ଅନ୍ୟତମ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଭଞ୍ଜନଗରର ଦର୍ଶନ ଶାସ୍ତ୍ର ଅଧ୍ୟାପକ ବିନୋଦ କୁମାର ଦାସ ସମେତ ଅଧ୍ଯାପକ ବିରଞ୍ଚି ନାରାୟଣ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଶ୍ରୀମତୀ ସୁଚରିତା କର, ଅଧ୍ଯାପକ ଲୋକନାଥ ମହାନ୍ତି, ଶିରିଷ କୁମାର ଷଡଙ୍ଗୀ, ଭାସ୍କର ଗୌଡ, ପ୍ରଶାନ୍ତ ରଥ ତଥା ରଘୁନାଥ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଇ.ଓ ସରୋଜ କୁମାର ନାୟକ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଅଧ୍ଯାପକ ବିଭୂତି ଭୂଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।.
ରିପୋର୍ଟର ନିରାକାର ସାହୁ,



