Monday, October 12, 2026
Home ଆଞ୍ଚଳିକ ଆମ ପୋଲିସ ସମିତି ତରଫରୁ ବାଲ୍ୟବିବାହ ସମ୍ପର୍କରେ ସଚେତନାତା ଶିବିର ।

ଆମ ପୋଲିସ ସମିତି ତରଫରୁ ବାଲ୍ୟବିବାହ ସମ୍ପର୍କରେ ସଚେତନାତା ଶିବିର ।

28

‍‍‍ସାନଖେମୁଣ୍ଡି (ଜିଲ୍ଲା ଖବର) : ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମରେ ଗୁରୁବାର ପାଟପୁର ଆମ ପୋଲିସ ତରଫରୁ ବାଲ୍ୟ ବିବାହ ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକ, ବ୍ରହ୍ମପୁର ଚାଇଲଡ ଲାଇନ ସଂଯୋଜକ ସାଇପ୍ରସାଦ ସାମଲ,  ଦେବଦତ୍ତ ମହନ୍ତ,  ପୂର୍ବତନ ବ୍ଲକ ଅଧକ୍ଷ ଲକ୍ଷ୍ମୀ ଚରଣ ପାତ୍ର,  ସମିତି ସଭ୍ୟ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ବାଲ୍ୟ ବିବାହ କରାଇଲେ ହେବାକୁ ଥିବା ଅସୁବିଧା ସମ୍ପର୍କରେ ଅତିଥି ମାନେ ଲୋକ ମାନଙ୍କୁ ବୁଝାଇଥିଲେ l ଭୃଣ ହତ୍ୟା କିମ୍ୱା ଝିଅ ପୁଅ ମାନଙ୍କ ଭିତରେ ମତ ଭେଦ କରିବେ ନାହିଁ, ଯେଉଁଠାରେ ଭୃଣ ହତ୍ୟା କିମ୍ୱା ଝିଅ ପୁଅ ମାନଙ୍କ ଭିତରେ ପାଥର ଅନ୍ତର ହେଉଥିଲେ ତାହାକୁ ବନ୍ଦ କରିବା ଓ ପାଥର ଅନ୍ତରର କୁପରିମାଣ ସମ୍ପର୍କରେ ଚାଇଲଡ ଲାଇନ ସଂଯୋଜକ ଲୋକମାନଙ୍କୁ ବୁଝାଇଥିଲେ l ଏହି ବୈଠକରେ  ଅଙ୍ଗନବାଡି କର୍ମୀ, ଆଶା, ପୋଲିସ ସମିତିର ସଦସ୍ୟ  ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।