Thursday, October 15, 2026
Home ଆଞ୍ଚଳିକ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୂମିର ନୂତନ ଛାତ୍ରାବାସ ଓ ଅତିଥି ନିବାସ ଉଦଘାଟନ ଉତ୍ସବ

ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୂମିର ନୂତନ ଛାତ୍ରାବାସ ଓ ଅତିଥି ନିବାସ ଉଦଘାଟନ ଉତ୍ସବ

25

ଗୋପାଳପୁର (ଜିଲ୍ଲା ଖବର) : ଗୋପାଳପୁର ଠାରେ ପ୍ରତିଷ୍ଠିତ ସମବାୟ ପରିଚାଳନା ପ୍ରତିଷ୍ଠାନର ନୂତନ ଛାତ୍ରାବାସ ଓ ଅତିଥି ନିବାସ ମାନ୍ୟବର ମନ୍ତ୍ରୀ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦ୍ୱାରା ଉଦଘାଟିତ ହୋଇଛି। ଉକ୍ତ ଉତ୍ସବରେ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ମାନ୍ୟବର ବିଧାୟକ ଗୋପାଳପୁର ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ,ଓଡିଶା ରାଜ୍ୟ ସମବାହ ୟୁନିୟନର ସଭାପତି ଶ୍ରୀଯୁକ୍ତ ହେମନ୍ତ ନାୟକ, ସମବାୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପଟ୍ଟନାୟକ, ସଦସ୍ୟ ସର୍ବ ଭାରତୀୟ ଶିକ୍ଷା କମିଟି, ସମବାୟ ୟୁନିୟନ, ନୂଆଦିଲ୍ଲୀ ତଥା ଅଦକ୍ଷ ଉନ୍ନୟନ କମିଟି, ସମବାୟ ପରିଚାଳନା ପ୍ରତିଷ୍ଠାନ ଶ୍ରୀଯୁକ୍ତ ସନାତନ ସଂଗ୍ରାମ ସିଂ, ଓଡିଶା ରାଜ୍ୟ ସମବାୟ ୟୁନିୟନର ନିର୍ଦ୍ଦେଶକ ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ପରିଡା, ଓଡିଶା ରାଜ୍ୟ ୟୁନିୟନର ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ, ଉପନିର୍ଦ୍ଦେଶକ ସମବାୟ ସମିତି ସମୂହ ବ୍ରହ୍ମପୁର ଶ୍ରୀ ବିଶ୍ୱରଂଜନ ଦାସ, ସହକାରୀ ନିର୍ଦ୍ଦେଶକ ସମବାୟ ସମିତି ସମୂହ ବ୍ରହ୍ମପୁର ତଥା ଅଧକ୍ଷ ଶ୍ରୀଯୁକ୍ତ ଶିବପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ।ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ସମବାୟ ବିକାଶ ପାଇଁ ବିଗତ ୨୦୧୩ ମସିହାରେ ନୂତନ ଛାତ୍ରାବାସ ଓ ଅତିଥି ନିବାସ ପାଇଁ ୨କୋଟି ୯୮ଲକ୍ଷ ଟଙ୍କା ବ୍ୟୟରେ କୋଠା ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ। ଉକ୍ତ ଉତ୍ସବରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ଅଲେଖ ଚୌଧରି, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ବିରେନ୍ଦ୍ର କେଶରୀ ଆରୁଖ, ରାଜ୍ୟ ସମବାୟ ୟୁନିୟନର ଉପସଭାପତି ଶ୍ରୀମତୀ ସନ୍ଧ୍ୟାରାଣୀ ଲାନ୍ଦ୍ରା, ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚିତ୍ରସେନ ନିଖାଙ୍କ ଯୋଗ ଦେଇଥିଲେ। କେନ୍ଦ୍ରର ” ନୂତନ ଓଡିଶା ଗଠନରେ ସମବାୟର ଭୁମିକା” ଶୀର୍ଷକ ଆଲୋଚନା ଚକ୍ର ହୋଇଯାଇଅଛି। ଉକ୍ତ ଆଲୋଚନା ଚକ୍ରରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ 5T ଓ “ମୋ ସରକାର” ଯୋଜନା କିଭଳି ଓଡିଶା ସମବାୟକୁ ଏକ ନୂତନ ଦିଗଦର୍ଶନ କରିବ ତାହା ଉପରେ ଗୁରୁତ୍ୱରୋପ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ଜିଲ୍ଲାର ସମସ୍ତ ସମବାୟ କର୍ମକର୍ତ୍ତା ଓ ସମିତିର ନିର୍ଦ୍ଦେଶକ ପ୍ରାୟ ୨୦୦ ଜଣରୁ ଅଧିକ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କେନ୍ଦ୍ରରେ ଅଧ୍ୟାପିକା ଶ୍ରୀମତୀ ମମତା ସାହୁ ପରିଚାଳନା କରିଥିଲେ। ସର୍ବଶେଷରେ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପକ ଶ୍ରୀ D. କୃଷ୍ନାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।