ବାଳୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଦ୍ୱାରା ଶ୍ରୀ କୃଷ୍ଣଙ୍କ ମୁର୍ତ୍ତି ନିର୍ମିତ

20

ବ୍ରହ୍ମପୁର,୨୩/୮(ଜିଲ୍ଳାଖବର) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବାଳୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଦ୍ୱାରା ଶ୍ରୀ କୃଷ୍ଣଙ୍କ ମୁର୍ତ୍ତି ନିର୍ମିତ । ବିଭିନ୍ନ ପକାର ପୁରୁଣା ଓ ଅଦରକାରୀ ବସ୍ତୁକୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀକୃଷ୍ଣଙ୍କ ବାଲ୍ୟ ପ୍ରତିମୂର୍ତ୍ତୀ ତିଆରି କରିଛନ୍ତି ସତ୍ୟ । ଏହି ମୁର୍ତ୍ତିର ଉଟ୍ଟତା ୧୪ଇନ୍ଚ ଥିବାବେଳେ ଓସାର ୧୦ ଇନ୍ଚ ତେବେ ଏହାକୁ ତିଆରି କରିବା ପାଇଁ ଏକ ଭଙ୍ଗା କଣ୍ଢେଇ, ରଦ୍ଦି କପଡା ଚାରୀ ମିଟର ଲାଗିଥିବା ନେଇ ସୂଚନା ଦେଇଛନ୍ତି ସତ୍ୟ । ନିଜର କଳାରେ ସତ୍ୟ ସବୁବେଳେ ଜନସାଧାରଣଙ୍କୁ ଧାର୍ମିକ ଚେତନା ହେଉ କିମ୍ବା ସମାଜକୁ କିଛି ସଚେତନ ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରିଥାନ୍ତି । ତେବେ ତାଙ୍କର ଏହି କଳାକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।