Monday, October 12, 2026
Home ଆଞ୍ଚଳିକ ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ମାଧ୍ୟମରେ ଅଣସଂଗଠିତ ଶ୍ରମିକ ଚିହ୍ନଟ।

ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ମାଧ୍ୟମରେ ଅଣସଂଗଠିତ ଶ୍ରମିକ ଚିହ୍ନଟ।

21

ପାତ୍ରପୁର (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ବ୍ରହ୍ମପୁର ଅନ୍ତର୍ଗତ ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ତୁମ୍ବାଗଡ ଠାରେ ଗ୍ରାମ୍ୟ ଆଇନ ସହାୟତା ମାଧ୍ୟମରେ ଆବେଦନ କରିଥିବା ଅଣସଂଗଠିତ ଶ୍ରମିକ ମାନଙ୍କୁ ଚିହ୍ନଟ କରି ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟ ଓ ଆଇନ ସେବା ପ୍ରାଧିକରଣ ଙ୍କ ମିଳିତ କ୍ରମେ ଉକ୍ତ ତୁମ୍ବାଗଡ ଗ୍ରାମ ପଞ୍ଚାୟତର ଅଣସଂଗଠିତ ହିତାଧିକାରୀ ମୋଟ ୬୬ ଜଣ ଙ୍କୁ ପଞ୍ଜିକୃତ କରାଇ ସେଥିରେ ଥିବା ସହାୟତା ସମ୍ବନ୍ଧରେ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତୁମ୍ବାଗଡ ଗ୍ରାମ ପଞ୍ଚାୟତର P.E.O ପଞ୍ଚାୟତ ଏକ୍ଜ୍ୟୁଟିଭ୍ ଅଫିସର ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ, ସରପଞ୍ଚ, ସମିତିସଭ୍ୟା, ସମସ୍ତ PRI ସଦସ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଉପସ୍ଥିତ ରହି ମୋଟ ୬୬ ଜଣ ହିତାଧିକାରୀଙ୍କୁ ପଞ୍ଜୀକରଣ ପତ୍ର ପ୍ରଦାନ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ର ଜିଲ୍ଲା ସ୍ୱେଚ୍ଛାସେବୀ ଶ୍ରୀ ସଂଗ୍ରାମ କୁମାର ପ୍ରଧାନ ମହୋଦୟ ଆୟୋଜନ କରିବା ସହିତ ପଞ୍ଜିକରଣ ପତ୍ର ପ୍ରଦାନରେ ବିଶେଷ ସହଯୋଗ କରିଥିଲେ ।