Tuesday, October 13, 2026
Home ଆଞ୍ଚଳିକ ବିଶ୍ବ ଦରବାରରେ କଳା ପ୍ରଦର୍ଶନ ପାଇଁ ଅରୁଣଙ୍କ ଉଦ୍ୟମ।

ବିଶ୍ବ ଦରବାରରେ କଳା ପ୍ରଦର୍ଶନ ପାଇଁ ଅରୁଣଙ୍କ ଉଦ୍ୟମ।

287



ବ୍ରହ୍ମପୁର (ଜିଲ୍ଲା ଖବର) : ଈଛା ଗିନିଜ୍ ବୁକ୍ ରେ ନାଆଁ ଯୋଡିବାକୁ। ସେଥିପାଇଁ କଠିନ ପରିଶ୍ରମ ଆଉ ଇଛାଶକ୍ତି ଦରକାର ।ସୁନ୍ଦର ସୁକ୍ଷ୍ମ କଳାର ଅଧିକାରୀ ଅରୁଣ। କାଠରେ ତିଆରି କରିପାରନ୍ତି ବହୁ ଆଶ୍ଚର୍ଯ୍ୟଜନକ କଳାକୃତି। ବିଭିନ୍ନ ଐତିହାସିକ ସ୍ମାରକୀ ଏବଂ କାରୁକାର୍ଯ୍ୟପୂର୍ଣ୍ଣ ସ୍ମୃତି ସମୂହ ଗୁଡିକୁ ଚମତ୍କାର ଢଙ୍ଗରେ ତିଆରି କରିପାରନ୍ତି ଅରୁଣ। ଆପଣ ଦେଖୁଥିବା ଏହି ଐତିହାସିକ ସ୍ମାରକୀ ତାଜମହଲ,ମିଶରର ପିରାମିଡ,ଓଡିଶା ବିଧାନ ସଭା,ଗେଟୱ ଅଫ ଇଣ୍ଡିଆ,ଦିଲ୍ଲୀ ଗେଟ ଆଦି କୌଣସି ପ୍ଲାଷ୍ଟିକ କିମ୍ବା ଧାତୁରେ ନିର୍ମିତ ସାମଗ୍ରୀ ନୁହେଁ। ଏ ହେଉଛି କାଠରେ ତିଆରି ହୋଇଥିବା କଳାକୃତି। ଆପଣ ଏହାକୁ ଆଖିରେ ନଦେଖିଲେ ବିଶ୍ଵାସ କରିପାରିବେ ନାହିଁ। ସତେ ଯେପରି ଏହି ସ୍ମାରକୀ କୀର୍ତ୍ତି ଗୁଡିକରେ ଭରିରହିଛି ଜୀବନ।ଏହି ସବୁ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି ଗଞ୍ଜାମ ଜିଲ୍ଲାର ହିଂଜିଳିକାଟୁ ବ୍ଲକ ଅଧିନସ୍ଥ କଣ୍ଟେଇକୋଳି ଗ୍ରାମର ଅରୁଣ ସାହୁ। ଭାସ୍କାର ସାହୁଙ୍କ ମଝିଆ ପୁଅ ଅରୁଣ ସମାଜ ପାଇଁ ଉଦାହରଣ ସାଜିଛନ୍ତି। କୁହାଯାଏ “ମଣିଷର ଅଗାଢ଼ ଇଚ୍ଛା ଶକ୍ତି ଓ ଦୃଢ଼ମନ ବଳ ନିକଟରେ ପ୍ରତ୍ୟେକ ବାଧାବିଘ୍ନ ହାରମାନି ଥାଏ”। ତାହାର ଜ୍ଵଳନ୍ତ ଉଦାହରଣର ହେଉଛନ୍ତି ଅରୁଣ।ଏହି ସୁନ୍ଦର କଳାକୃତି ତିଆରିରେ ନିପୁଣ। ଛୋଟ ବେଳୁ ବାପାଙ୍କ ପାଖରୁ ଶିକ୍ଷାଲାଭ କରିଥିବା ଏହି କଳା ଏବେ ବିଶ୍ବ ଦରବାରରେ ପହଞ୍ଚାଇବା ନିମନ୍ତେ ଅରୁଣ ଭୁବନେଶ୍ବର ଠାରେ ଏକ ମ୍ୟୁଜିୟମ କରିବାକୁ ଚାହୁଁଛନ୍ତି ଏହି ଅଭିଳାଷ ଦିଗରେ ପୂର୍ଣ୍ଣ କରିବା ସହ ନିଜର ନାମ ବିଭିନ୍ନ ରେକର୍ଡରେ ଯୋଡି ଓଡିଶା ପାଇଁ ଗୌରବ ଆଣିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ।ତା ସହିତ ଓଡ଼ିଆ ସଂଗୀତ ଜଗତରେ ସୁନାମଧନ୍ୟ ଗୀତିକାର ଭାବେ ପରିଚିତ ଅରୁଣ ଧାନବିଲ ଖସଖସ,ଝରାନା ଝରାନା ଲୁହ,ଭଲ ଲାଗୁନିରେ କାହିଁ ପରି ଲେଖି ଲୋକପ୍ରିୟ ହୋଇପାରିଛନ୍ତି।

ରିପୋର୍ଟର ରତ୍ନାକର ଶିଅ ।