Wednesday, October 14, 2026
Home ଆଞ୍ଚଳିକ ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟରେ ଓଡ୍ରାଫ ଟିମ୍ ଛତ୍ରପୁର ର ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ।

ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟରେ ଓଡ୍ରାଫ ଟିମ୍ ଛତ୍ରପୁର ର ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ।

119

ଭଞ୍ଜନଗର (ଜିଲ୍ଲା ଖବର) : ମଙ୍ଗଳବାର ଦିନ ଡୁମାକୁମ୍ପା କ୍ଳଷ୍ଟର ର
ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟରେ ଓଡ୍ରାଫ ଟିମ୍ ଛତ୍ରପୁର ଦ୍ବାରା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠିତ ସଚେତନତା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ପାଣି ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥିରୂପେ ସରପଞ୍ଚ କୁଞ୍ଜଲତା ପ୍ରଧାନ,ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ଟୁକୁନା ସାହୁ ଓ ସି.ଆର୍.ସି.ସି ତ୍ରିନାଥ ବେହେରା ଯୋଗ ଦେଇଥିଲେ ା ଛତ୍ରପୁର ସ୍ଥିତ ଅଷ୍ଟମ ବାଟାଲିଅନ୍ ଓଡ୍ରାଫ ଟିମ ର ପରିଚାଳନା ମୁଖ୍ୟ ଶ୍ରୀ ଏମ୍.କେ ରାଉତ , ଏସ୍. କେ ପଣ୍ଡା ଓ ସାଥୀଗଣ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ା ଉପସ୍ଥିତ ଛାତ୍ର ଛାତ୍ରିଙ୍କୁ ପ୍ରଥମେ ବନ୍ୟା, ବାତ୍ୟା, ଭୂମିକଂପ ,ଅଂଶୁଘାତ,ବଜ୍ରପାତ, ସାପ କାମୁଡା, ଫାଷ୍ଟ ଏଡ୍, ଗ୍ୟାସ ଚୁଲାରେ ନିଆଁ ଲାଗିଗଲେ କିପରି ଲିଭାଇବା ,ବପର୍ଯ୍ୟୟ ବେଳେ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ,ପାଣିରେ ବୁଡିଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରିବ,ନିଜେ କିପରି ସୁରକ୍ଷାରେ ରହିବ ଆଦି ବିଷୟ ଗୁଡିକର ଥିଓରି କ୍ଳାସ କରାଯାଇଥିଲା ଓ ପରେ ପ୍ରକ୍ଟିକାଲ କରି ଦେଖାଯାଇଥିଲା ାଏଥିରେ ସରପଞ୍ଚ ପ୍ରତିନିଧି ଶ୍ରୀ ଶିବଶଙ୍କର ପ୍ରଧାନ,ଅଙ୍ଗନବାଡି କର୍ମୀ,ସୁପରଭାଇଜର ଙ୍କ ସମେତ ସ୍ବୟଂ ସହାୟକ ଦଳର ମହିଳା ସଦସ୍ୟଗଣ, ବିଦ୍ୟାଳୟର କମିଟି ସଦସ୍ୟଗଣ,ଗ୍ରାମବାସୀ ତଥା ଯୁବକ ସଂଗଠନର ସଦସ୍ୟ ଲକ୍ଷୀନାରାୟଣ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ନାନା ପ୍ରଶ୍ନ ପଚାରି ବିଭିନ୍ନ ସୁରକ୍ଷା ଜନିତ ବିଷୟ ଜାଣିଥିଲେ ା ପିଲାଙ୍କୁ ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ବିଷୟ ପ୍ରତି ସଚେତନ କରିବା ପାଇଁ ସରକାର
ଙ୍କ ଏ ଅଭନବ ପଦକ୍ଷେପକୁ ସବୁ ମହଲରୁ ସ୍ବାଗତ କରାଯାଇଛି ାଏହି କାର୍ଯ୍ୟକ୍ରମରେ ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ସହଯୋଗ କରିଥିଲେ ା ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭଞ୍ଜ କିଶୋର ପ୍ରଧାନ ଓ ଅନ୍ୟ ଷ୍ଟାଫ ପିଲାଙ୍କୁ ଓଡ୍ରାଫ ଟିମର ପ୍ରଦର୍ଶନୀ ବେଳେ ସହାୟତା କରିଥିଲେ ାଶିକ୍ଷକ ପ୍ରଦୀପ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ାା

ରିପୋର୍ଟର ରତ୍ନାକର ଶିଅ ।