ତହସିଲଦାରଙ୍କ ଦ୍ଵାରା ଅବୈଧ ବାଲି ଚାଲାଣ ବୋଝେଇ ହାଇୱା ଜବତ

15

ସାନଖେମୁଣ୍ଡି,୨୪/୮(ଜିଲ୍ଳାଖବର) : ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକ ଆଜି କଙ୍କାେରଡ଼ା ସ୍ଥିତ ଶ୍ରୀ ଗୋପୀନାଥ ଏସ ଏଚ୍ ଜି ଦ୍ବାରା ପ୍ରସ୍ତୁତ ଛତୁଆ ନିର୍ମାଣ କାର୍ଯ୍ୟ ତନଖି କରି ଫେରୁଥିବା ସମୟରେ ସ୍ଥାନୀୟ ସରକାରୀ ହାଇସ୍କୁଲ ନିକଟରେ ଏକ ବାଲି ବୋଝେଇ ହାଇୱ୍ବା ଗାଡ଼ିକୁ ଅଟକାଇ ବାଲି ଚାଲାଣ ସମନ୍ଧିୟ ପ୍ରମାଣ ତନଖିଥିଲେ । ଗାଡ଼ି ଚାଲକ କୌଣସି ପ୍ରମାଣ ନ ଦେଇପାରିବା ଯୋଗୁଁ ଗାଡ଼ିକୁ ଜବତ କରି ତହସିଲ କାର୍ଯ୍ୟଳୟରେ ରଖିଥିବା ଜଣାଯାଇଛି। ତହସିଲରେ ଥିବା ଅଣ ନିଲାମୀ ଓ ସଂରକ୍ଷିତ ବାଲି ସୈରାତରୁ ଅବୈଧଭାବେ ପ୍ରତ୍ୟହ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଅଛି । ଆବଶ୍ୟକ ସୁରକ୍ଷା ,କର୍ମଚାରୀ ଅଭାବ ତଥା ଜିଲ୍ଲା ରାଜସ୍ବ ବିଭାଗର ସମନ୍ୱୟ ଅଭାବ ସହିତ କିଛି ଦୁର୍ନୀତି ଖୋର ତଳିଆ କର୍ମଚାରୀଙ୍କୁ ହାତ କରି ଲଘୁ ଖଣିଜ ଦ୍ରବ୍ୟ ଚୋରି ହେଇଥିବା ସାଧାରଣରେ ଅଭିଯୋଗ ହେଉଅଛି । ଏହି ସ୍ଥିତିରେ ବିନା ଅତିରିକ୍ତ ତହସିଲଦାରରେ ସାନଖେମୁଣ୍ଡି ତହସିଲର କାମ ବୋଝ ସହିତ ବିଭାଗୀୟ ଧରପାଗଡ ପାଇଁ ସମୟ ରହୁନ ଥିବାରୁ ଅନାୟସରେ ଚୋରା ବେପାର ଚାଲୁଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ରଖି ତୁରନ୍ତ ଖାଲି ଥିବା ପଦବୀ ପୂରଣ କରିବାକୁ ଅଞ୍ଚଳବାସୀ ଦାବୀ ରଖିଛନ୍ତି ।