
ଭଞ୍ଜନଗର (ଜିଲ୍ଲା ଖବର): ଘୁମୁସରର ସ୍ବର ବାଲିପଦର ଓ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂଗଠନ କୁଲାଡ ତରଫରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ସ୍ଥାନ କୁଲାଡ ଠାରେ ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ କୁଲାଡ ରାଜା ତଥା ଭଞ୍ଜ ବଂଶର ଦାୟାଦ ଶ୍ରୀ ପ୍ରଶାନ୍ତ ଭଞ୍ଜଦେଓ, ସାହିତ୍ୟିକ ଅନନ୍ତ ରମ କର କୌଣ୍ଡିନ୍ୟ, କଥାକାର ସୋମନାଥ ନାୟକ, ଭଞ୍ଜ ଆଲୋଚକ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ,ଘୁମୁସର ସ୍ବରର ସଭାପତି ଶ୍ରୀ ବି. ପ୍ରକାଶ ଚନ୍ଦ୍ର ପାତ୍ର , ସାହିତ୍ୟିକ ମନୁ ନନ୍ଦ ପତି ,ଶ୍ରୀ ରତ୍ନାକର ମହାରଣା, ଶଶାଙ୍କ କିରଣ ତ୍ରିପାଠୀ, ପଣ୍ଡିତ ସିମାଞ୍ଚଳ ପଣ୍ଡା, କୁଲାଡ ସରପଞ୍ଚ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରମୁଖ ମଞ୍ଚାସୀନ ରହି ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଶିଶୁ ସାହିତ୍ୟିକ ଶଙ୍କର୍ଷଣ ତ୍ରୀପାଠୀ, କବି ଅଜିତ କୁମାର ତ୍ରିପାଠୀ, ଯୁବ କବି କାର୍ତ୍ତିକେଶ୍ବର ପ୍ରଧାନ,ତ୍ରିନାଥ ବେହେରା, ସୁନୀଲ କୁମାର ପାଣି ,ମୋନାଲିସା ମିଶ୍ର, ଉଷ୍ମିତା ମଞ୍ଜରୀ ମିଶ୍ର,ଶିଶିର କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଶେଷରେ କବିତା ପାଠ ଉତ୍ସବ ରେ 25 ଜଣ କବି ନିଜ ରଚିତ କବିତା ପାଠ କରିଥିଲେ । ଏବଂ ବିଶ୍ବନାଥ ଶତପଥୀ, ସୀମାଞ୍ଚଳ ତ୍ରିପାଠୀ, ଅଜିତ କୁମାର ତ୍ରିପାଠୀଙ୍କୁ ଏହି ଅବସରରେ ଘୁମୁସରର ସ୍ବର ସମ୍ମାନରେ ସମ୍ମାନିତ କରାଯାଇଥିଲା।
ରିପୋର୍ଟର ରତ୍ନାକର ସିଅ



