ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

21

ସାନଖେମୁଣ୍ଡି,୨୪/୮(ଏଜେନସି) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତ ରହି ଶ୍ରୀକୃଷ୍ଣଙ୍କ ବିଷୟରେ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ସୁନିତା ଜେନା, ଅଭିମନ୍ୟୁ ବେହେରା, ଚାନ୍ଦିନୀ ରେଡି, ଶିବାନି ରେଡି, ପ୍ରମୋତି ସାବତ, ଜି. ଝିଲି ରେଡି, ରାଜୀବ ଲୋଚନ ପଣ୍ଡା, ଅରବିନ୍ଦ ସ୍ୱାଇଁ, ସୁନିତା ପୋଲାଇ, କେ.ସୁଜାତା ଆଚାରୀ, ଅର୍ଚ୍ଚନା ଦଳାଇ, ତୃପ୍ତି କୁମାରୀ ଦଳାଇ, ସାଗରୀ ଭୁୟାଁ, ସଙ୍ଗୀତ ପରିଡା ଆଦି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ଶ୍ରୀକୃଷ୍ଣ ଓ ରାଧାଙ୍କ ବେଶ ଧାରଣ କରିଥିଲେ। ଶିଶୁ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଓ ରାଧାକୃଷ୍ଣଙ୍କ ମଧ୍ୟରେ ଫେନ୍ସି ଡ୍ରେସ ପ୍ରତିଯୋଗିତା ମଧ୍ୟ ହେଇଥିଲା । ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀକୁ ପୁରସ୍କାର ବିତରଣ କରାଯାଇଥିଲା ।