
କେଶିଙ୍ଗା (ଜିଲ୍ଲା ଖବର) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ବ୍ଳକ ଅଧୀନରେ ଥିବା କାଣ୍ଡେଲ ଗ୍ରାମରେ ଥିବା ପୁରାତନ ବିଦ୍ୟାଳୟ କୋଠାଘର । ଗ୍ରାମରେ ଗୋଟିଏ ହାଇସ୍କୁଲ, ଦୁଇଟି ପ୍ରାଥମିକ ବିଦ୍ୟାଳୟ ସମେତ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଥିଲା , କିନ୍ତୁ ଛାତ୍ର ଛାତ୍ରୀ ସଂଖ୍ୟା ତୁଳନାରେ କୋଠରୀ ସଂଖ୍ୟା କମ୍ ଦର୍ଶାଇ ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଢବାପଡା ପ୍ରାଥମିକ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରି ହାଇସ୍କୁଲ ଠାରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏବେ କାଣ୍ଡେଲ ଠାରେ କାଗଜ ପତ୍ର ରେ ଏକ ଡାକଘର ଥିଲେ ମଧ୍ୟ ଗ୍ରାମରେ କୋଠରୀ ଅଭାବ ଦର୍ଶାଇ ଡାକମାଷ୍ଟର ବି ଅଫିସ ନଥିବା କାରଣ ଦର୍ଶାଇ ବେଫିକର ଭାବରେ ରହିଛନ୍ତି । ସ୍ଥାନୀୟ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେଉଁଠି ଆଗରୁ ବିଦ୍ୟାଳୟ ଥିଲା ତାହା ଏବେ କୈାଣସି କାମରେ ଲାଗୁନାହିଁ ଢବାପଡା ବିଦ୍ୟାଳୟ ଏବେ ମଦୁଆ ଏବଂ ଅସାମାଜିକଙ୍କ ଆଡ୍ଡା ପାଲଟିଛି ଯେଉଁ ବିଦ୍ୟାଳୟ କୋଠରୀ ର କୈାଣସି ଅଂଶ କ୍ଷତିଗ୍ରସ୍ତ ନ ଥିଲା ତାହା ଏବେ ଧ୍ୱଶାଭିମୁଖି ହେବା ଉପରେ । ତେଣୁ ଏହି ଭୁତ କୋଠି ପାଲଟିଥିବା କୋଠରୀ କୁ ସରକାର ଙ୍କୁ ହସ୍ତାନ୍ତର କରାଯାଇ ତାକୁ ଡାକଘର, କିମ୍ବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଭାବରେ ବ୍ୟବହାର କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି ।
ରିପୋର୍ଟର ଦୁର୍ଯ୍ୟୋଧନ ସାହୁ l




