Home ଆଞ୍ଚଳିକ ମେମୁ ଟ୍ରେନ୍ ରେ ପାଣି ବିନା ରେଳଯାତ୍ରୀଙ୍କ ଦୁର୍ଦ୍ଧଶା

ମେମୁ ଟ୍ରେନ୍ ରେ ପାଣି ବିନା ରେଳଯାତ୍ରୀଙ୍କ ଦୁର୍ଦ୍ଧଶା

29

ବ୍ରହ୍ମପୁର, (ଲକ୍ଷ୍ମୀନରାୟଣ ମିଶ୍ର) : ଯାତ୍ରୀଙ୍କ ସର୍ବନିମ୍ନ ସୁଖ ସ୍ବାଛନ୍ଦ୍ୟ ପ୍ରତି ରେଳ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ପ୍ରତିଦିନ ବ୍ରହ୍ମପୁର ଏବଂ ବାଲୁଗାଁ ଅଞ୍ଚଳରୁ ଭୁବନେଶ୍ୱରକୁ ପ୍ରତିଦିନ ସହ ସହ ଯାତ୍ରୀ ମେମୁ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ଏହି କିଛି ଦିନ ହେବ ମେମୁ ଟ୍ରେନ ସହ ତିନୋଟି ପାସେଞ୍ଜର ଟ୍ରେନରେ ପାଣି ଯୋଗା ଯାଉ ନ ଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉ ଥିବା ସୂଚନା ମିଳିଛି । ବୟସ୍କା ମହିଳା, ରୋଗୀ ପ୍ରଭୂତିଙ୍କ ପାଇଁ ଏହି ଟ୍ରେନ ଗୁଡିକରେ ଯାତ୍ରା କରିବା କଷ୍ଟକର ହୋଇ ପଡିଛି । ରେଳ ଉଚ୍ଚ କର୍ତ୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।