Tuesday, October 13, 2026
Home ଆଞ୍ଚଳିକ ଶିକ୍ଷକ ନିଯୁକ୍ତି ଦାବି ତେଜିଲା, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦୁର୍ଗତି

ଶିକ୍ଷକ ନିଯୁକ୍ତି ଦାବି ତେଜିଲା, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦୁର୍ଗତି

76
Image for representational purpose only

ଭୁବନେଶ୍ୱର : ଦୀର୍ଘ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର କନିଷ୍ଠ ଶିକ୍ଷକ ପଦବୀ ବାହାର କରୁନାହାନ୍ତି । ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ନାରା ଦେଉଥିଲାବେଳେ ତାଲିମ ପ୍ରାପ୍ତ ଦକ୍ଷ ଶିକ୍ଷକ ନିଯୁକ୍ତିକୁ ଭୁଲିଯାଇଛନ୍ତି । ଦୀର୍ଘ ଚାରିବର୍ଷ ମଧ୍ୟରେ ପ୍ରାୟ ୬୦ହଜାରରୁ ଉର୍ଦ୍ଧ ସିଟି , ବି.ଏଡ୍,ଓଟିଇଟି ପାସ୍ ତାଲିମ ପ୍ରାପ୍ତ ଆଶାୟୀ ଶିକ୍ଷକ ବେକାର ହୋଇ ବସିଛନ୍ତି । ଏପଟେ ଦୀର୍ଘ ଦିନ ହେଲା ନିଯୁକ୍ତି ବାହାରିନଥିବାରୁ ଆଶାୟୀଙ୍କ ବୟସ ଚାଲିଯିବାକୁ ବସିଲାଣି । ଆଶାୟୀ ଶିକ୍ଷକଙ୍କ ତିନି ଦଫା ଦାବି ନେଇ ଆଜି ସାଧାରଣ ଜନତାଙ୍କ ପାଇଁ ଲଢୁଥିବା ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏବଂ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ସଭାପତି ଧନଞ୍ଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର ପିଡବ୍ଳୁଡି ଆଇବିରେ ଅନୁଷ୍ଠିତ ହୋଇଥିଲା ।

ଆଶାୟୀ ଶିକ୍ଷକ ସଂଘ ସଭାପତି ଧନଞ୍ଜୟ ଜେନା କହିଲେ ସଂଘର ମୁଖ୍ୟ ତିନିଦାବି ଯଥା ୧)କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ,୨)କନିଷ୍ଠ ଶିକ୍ଷକ ନିଯୁକ୍ତିର ବୟସ ସୀମା ୩୨ ରୁ ୪୨ ବର୍ଷ କରିବା ଏବଂ ୩)ବେଆଇନ ଭାବେ ବିନା ଏନ୍ଓସି/ସିଓଆରରେ ଚାଲୁଥିବା ସମସ୍ତ ପ୍ରାଇଭେଟ୍ ସ୍କୁଲକୁ ବନ୍ଦ କରିବା ଦାବି ରଖିଛନ୍ତି । ଏଥିପୂର୍ବରୁ ସଂଘ ଗତ ନଭେମ୍ବର ୧୧ ଏବଂ ୨୯ ତାରିଖରେ ଲୋୟର ପିଏମଜିରେ ବିଶାଳ ରାଲି ଓ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା । ଏଥିରେ ହଜାର ହଜାର ଆଶା ଶିକ୍ଷକଙ୍କ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଖୁବଶିଘ୍ର ଶିକ୍ଷକ ପଦବୀ ବାହାରିବ ବୋଲି ପ୍ରତିଶୃତି ଦିଆଯାଇଥିଲେ। ଦୁଇ ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ସରକାର ଦାବି ପୂରଣ କରିନାହାନ୍ତି । ଏ ଗତ ୦୨/୦୨.୨୦୨୦ ବୈଠକର ନିଷ୍ପତି କ୍ରମେ ସଂଘ ଆସନ୍ତା ୧୨ ତାରିଖରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଚେତାବନୀ ଦେଇଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ସଂଘର ଆହ୍ବାନରେ ଶତାଧିକ ସିଟି ,ବି.ଇଡ୍ ଆଶାୟୀ ବିଧାନସଭା ସମ୍ମୁଖରେ ଆହୁତି ଦେବାକୁ ପଛାଇବେ ନାହିଁ ବୋଲି ସଭାପତି ଧନଞ୍ଜୟ ଜେନା ଓ ସଂପାଦକ ଜୀବନବଂଧୁ ଭୋଇ ଏହି ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ ।

ସାମ୍ବାଦିକ ସମ୍ମିଳନୀରେ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଥିଲେ ରାଜ୍ୟ ସରକାର ଗତ ଚାରିବର୍ଷ ହେଲା କୈାଣସି ଶିକ୍ଷକ ପଦବୀ ନିଯୁକ୍ତି ପାଇଁ ପଦକ୍ଷେପ ନେଇନାହାନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ଏବଂ ଗଣଶିକ୍ଷା ବିଭାଗ ଶାସନ ସଚିବ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର ପତନ କରାଇବା ପାଇଁ ଚକ୍ରାନ୍ତ କରି ଆସୁଛନ୍ତି । ଯାହାଫଳରେ ବେନିୟମ ଭାବେ ସଂପୃକ୍ତ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମୌଳିକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଅଧିକ ରୁ ଅଧିକ ଘରୋଇ ଶିକ୍ଷାନୁଷ୍ଠାନକୁ ଅନୁମତି ପ୍ରଦାନ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାର ଘରୋଇ କରଣ କରିବା ପାଇଁ ଲାଗି ପଡ଼ିଛନ୍ତି । ଆଗାମୀ ବଜେଟ ସେସନ ପୂର୍ବରୁ ରାଜରାସ୍ତାକୁ ଓହ୍ଲାଇବା ସହ ଆମରଣ ଅନଶନ , ଯଦି ଆବଶ୍ୟକ ପଡ଼େ ସାମୂହିକ ଆତ୍ମହୂତି ଦେଇ ଜୀବନ ତ୍ୟାଗ କରିବା ପାଇଁ ମଧ୍ୟ ପଛାଇବେ ନାହିଁ ବୋଲି କହିଥିଲେ ।

ଆଶାୟୀ ସଂଘ କହିଛି ସେମାନେ ୧୨/୦୨/୨୦୨୦ ଦିବା ୧୦ ଘଣ୍ଟା ସମଯରୁ ୫ ଘଣ୍ଟା ପର୍ଯ୍ୟନ୍ତ, ଲୋୟର ପିଏମଜି ଠାରେ ହଜାର ହଜାର ଆଶାୟୀ ଶିକ୍ଷକ ରାଜ ରାସ୍ତା କୁ ଓହ୍ଲେଇ ପ୍ରତିବାଦ ସଭା ସହ ଏକ ରାଲି ପଟୁଆରରେ ଧର୍ମଘଟ କରିବେ । ତା ୧୩/୦୨/୨୦୨୦ ଏବଂ ୧୪/୦୨/୨୦୨୦ ଦୁଇ ଦିନ ଆମରଣ ଅନଶନରେ ବସିବେ। ଯଦି ରାଜ୍ୟ ସରକାର ଆଗାମୀ ବଜେଟ ଅଧିବେଶନ ରେ ଶିକ୍ଷକ ନିଯୁକ୍ତି ପାଇଁ ବ୍ୟୟବରାଦ ବିଷୟ ତଥା ପ୍ରତିଶ୍ରୁତି ପ୍ରଦାନ କରୁନାହାନ୍ତି ତା ହେଲେ । ୧୭/୦୨/୨୦୨୦ ରିଖ ୧୦ ଘଣ୍ଟା ସମୟରେ ଲୋୟର ପିଏମଜିରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ସମସ୍ତ କର୍ମକର୍ତ୍ତା ସଭ୍ୟ ସଭ୍ୟା ସାମୁହିକ ଆତ୍ମହୁତି ପ୍ରଦାନ କରି ଜୀବନ ହାରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ।