
ବ୍ରହ୍ମପୁର (ଜିଲ୍ଲା ଖବର) : ବ୍ରହ୍ମପୁର ସରକାରୀ ଆଇଟିଆଇରେ ଦା ମାଇଟ ହାର୍ଟ ଏଣ୍ଡ ହ୍ୟାଣ୍ଡ ଗୋ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦ ସ୍ଥିତ ଟାଟା ଆଡଭାନ୍ସ ସିଷ୍ଟମ ମୁଖ୍ୟ ମାସୁଦ ହୁସୈନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଅଧକ୍ଷ, ସୁବ୍ରତ ବାରିଣୀ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ହୁସୈନି ବ୍ରହ୍ମପୁର ସରକାରୀ ଆଇଟିଆଇ ସ୍ଲାର୍ପରେ ନିର୍ମିତ ଅନନ୍ୟ କାରୁକାର୍ଯ୍ୟ ଦେଖି ଅଭିଭୁତ ହୋଇଯାଇଥିଲେ। ଆଗାମୀ ଦିନରେ ଦକ୍ଷତା କ୍ଷେତ୍ରରେ ଓଡିଶା ସହ ମିଶି କାମ କରିବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଥିଲେ। ସେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କଠିନ ପରିଶ୍ରମ ସହ ଶିଖିବାର ମନୋମୁର୍ତି ଜାରି ରଖିବାକୁ ପଡିବ। ସେହିପରି କମିଶନର ତଥା ଶାସନ ସଚିବ ଶ୍ରୀ ସିଂ କହିଥିଲେ ଯେ ୨୦୨୧ରେ ସାଂଘାଇଠାରେ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ୨ଟି ସ୍ଵର୍ଣ, ୪ଟି ରୋପ୍ୟ, ୫ଟି ବ୍ୟଞ୍ଜ ପଦକ ଜିତିବାର ଲକ୍ଷ୍ୟ ରଖାଯାଇଛି। ଆଞ୍ଚଳିକ ସ୍ତରୀୟ ଦକ୍ଷତା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିବା ପରେ ଶିକ୍ଷକ ଓ ପ୍ରତିଯୋଗୀ ମାନଙ୍କୁ ବିଶ୍ୱର ଶ୍ରେଷ୍ଠ ପ୍ରଶିକ୍ଷତା କେନ୍ଦ୍ରକୁ ପ୍ରଶିକ୍ଷଣ ନିମନ୍ତେ ପଠାଯିବ। ସେହିପରି ଓସିଡିଏ ଅଧକ୍ଷ କହିଥିଲେ। ବ୍ରହ୍ମପୁର ଆଇଟିଆଇକୁ ଆଗାମୀ ଦିନରେ ଯେପରି ବିଶ୍ୱ ଦରବାରରେ ପହଞ୍ଚିବ ସେଥି ନିମନ୍ତେ ପ୍ରଚେଷ୍ଟା କରିବାକୁ ପଡିବ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିଟିଇଟି, ନିର୍ଦ୍ଦେଶକ, ରେପୁଜି, ସିଇଓ, ଓଏସଡ଼ିଏ, ରଶ୍ମିତା ପଣ୍ଡା, ଜିଲାପାଳ ଗଂଜାମ ବିଜୟ ଅମୃତ କୁଲାଙ୍ଗେ, ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଉପଜିଲ୍ଲାପାଳ ବ୍ରହ୍ମପୁର ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଉପ ନିର୍ଦ୍ଦେଶକ ଡିଟିଇଟି ଅଜୟ ପଣ୍ଡା ଓ ଅଦକ୍ଷ ସରକାରୀ ଆଇଟିଆଇ ରଜତ ପାଣିଗ୍ରାହୀ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।



