Tuesday, October 13, 2026
Home ଆଞ୍ଚଳିକ ବାଇବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

ବାଇବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

20

ଭଞ୍ଜନଗର (ଜିଲ୍ଲା ଖବର) : ଭଞ୍ଜନଗର ବ୍ଳକ ମୁଜାଗଡ କ୍ଳଷ୍ଟର ଅନ୍ତର୍ଗତ ବାଇବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅଦ୍ୟ ତା 07.02.2020 ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଚରଣ ଗୌଡ ସଭାପତିତ୍ବ କରିଥିବା ବେଳେ ମୁଜାଗଡ କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ଭଗବାନ ଭୂୟାଁ ମୁଖ୍ୟ ଅତିଥି ରୂପେ ,ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ଶ୍ରୀ ତ୍ରିନାଥ ବେହେରା ସମ୍ମାନିତ ଅତିଥି ରୂପେ ,ବାଇବାଲି ର ପୂର୍ବତନ ସରପଞ୍ଚ ଶ୍ରୀ କ୍ଷେତ୍ରବାସୀ ନାୟକ ସମ୍ମାନିତ ଅତିଥି ରୂପେ, ବରିଷ୍ଠ ଶିକ୍ଷକ ଶ୍ରୀ ସୁନିଲ କୁମାର ପଟ୍ଟନାୟକ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ର ଆବଶ୍ୟକତା ଓ ଶିକ୍ଷାର୍ଥିଙ୍କ ଦକ୍ଷତାକୁ ପ୍ରକାଶ କରିବାରେ ଏହି ପରି କାର୍ଯ୍ୟକ୍ରମ ର ଆୟୋଜନ ବିଷୟରେ ବକ୍ତବ୍ୟ ରଖିଥିଲେ ା ବଡକୋଦଣ୍ଡା ସି.ଆର୍.ସି.ସି ତଥା ବରିଷ୍ଠ ଶିକ୍ଷକ ଶ୍ରୀ ମୋହନ ସାହୁ ସଭା ପ୍ରାରମ୍ଭରେ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ ା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ଅନ୍ୟତମ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା,ଶିକ୍ଷୟିତ୍ରୀ ବବିତା ସ୍ବାଇଁ,ଜାନକୀ ସୁବୁଦ୍ଧି, ଦମୟନ୍ତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ା ଶେଷରେ ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ାକୃତୀ ଶିକ୍ଷାର୍ଥିଙ୍କୁ ଏହି ଅବସରରେ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା ା ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ା