ଶ୍ରୀ ଶ୍ରୀ ବିରାଟ ପୋତୁଲୁରୁ ବୀର ବ୍ରହ୍ମେନ୍ଦ୍ର ସ୍ୱାମୀଜୀ ଭକ୍ତ ସମିତି ପକ୍ଷରୁ ବିଶ୍ୱ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ କାର୍ଯ୍ୟକ୍ରମ

123

ଆସିକା,୨୪/୮(ଜିଲ୍ଳାଖବର) : ଆସିକା ରେଡିକା ସାହି ସ୍ଥିତ ଶ୍ରୀ ଶ୍ରୀ ବିରାଟ ପୋତୁଲୁରୁ ବୀର ବ୍ରହ୍ମେନ୍ଦ୍ର ସ୍ୱାମୀଜୀ ଭକ୍ତ ସମିତି ପକ୍ଷରୁ ବିଶ୍ୱ କଲ୍ୟାଣ ନିମନ୍ତେ ହୋମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ହୋମ ଯଜ୍ଞ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଅନୁଷ୍ଟିତ ହୋଇଥିବା ବେଳେ ଆଜି ୧୦୦ ଦିନରେ ପହଁଚିଛି । ଶ୍ରୀ ଶ୍ରୀ ବିରାଟ ପୋତୁଲୁରୁ ବୀର ବ୍ରହ୍ମେନ୍ଦ୍ର ସ୍ୱାମୀଜୀ ଭକ୍ତ ସମିତିର ଆଜୀବନ ସଦସ୍ୟ ଏହି ହୋମ ଯଜ୍ଞରେ ଯୋଗ ଦେଇ ପରିଚାଳନାରେ ସହ ଯୋଗ କରିଛନ୍ତି । ଏହି ଯଜ୍ଞ ୩୬୫ ଦିନ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ଏହା ୧୦୦ ଦନରେ ଅନୁଷ୍ଟିତ ହୋଇଛି । ପ୍ରତ୍ୟେକ ଦିନ ନାମ ଗୋତ୍ରରେ ସକାଳ ମଙ୍ଗଳ ଆଳତି ଠାରୁ ଆରମ୍ଭ କରି ରାତ୍ର ପହୁଡ ପର୍ଯ୍ୟନ୍ତ ଦୈନନ୍ଦିନ ଭୋଗରାଗ ପୂଜା ଅର୍ଚ୍ଚନା ଅନୁଷ୍ଟିତ ହୋଇଛି । ପ୍ରତ୍ୟେକ ଦିନ ପ୍ରାତଃ ସକାଳ ୬ଟାରେ ସିଙ୍ଗାର ଆଳତି( ଜାଗରଣ), ମଙ୍ଗଳ ଆଳତୀ, ପଚାଂମୃତ ଅଭିଷେକ, ଅଳଙ୍କାର ଧାରଣ, ବିଶେଷ ପୂଜା, ଆଳତୀ, ମହା ନୈବେଦ୍ୟ କରାଯାଇଥିବା ବେଳେ ସ୍ୱାମୀଙ୍କ ଅଭିଷେକ ନିମନ୍ତେ ପୂଜା ସାମଗ୍ରୀ ତଥା ଘିଅ,ଦହି,ମହୁ,କ୍ଷୀର,ଚନ୍ଦନ,ଆଖୁରସ,ଫଳରସ,ଏବଂ ଚିନି ଇତ୍ୟାଦି ଅର୍ପଣ କରି ପୂଜା କାର୍ଯ୍ୟକ୍ରମରେ ଭକ୍ତମାନେ ୮ରୁ ୯ ଘଟଂ ଯୋଗ ଦେଇ ପ୍ରଭୁଙ୍କ କୃପା ଲାଭ କରିଥାନ୍ତି । ସର୍ବଧର୍ମ ସମନ୍ୱୟ ରକ୍ଷା ପୂର୍ବକ ଅନକେ ଅଲୈାକିକ ଶକ୍ତି ସମ୍ପନ୍ନ ବିରାଟ ପୋତୁଲୁରୁ ବିର ବ୍ରହ୍ମେନ୍ଦ୍ର ସ୍ୱାମୀ ଆନ୍ଦ୍ର ପ୍ରଦେଶର କାଡପା ଜିଲ୍ଲା କାନ୍ଧାମାଲ୍ଲାପଲ୍ଲୀ ବାସିନ୍ଦା । ସେ ସିଦ୍ଧପୁରୁଷ, ତ୍ରିକାଳଦର୍ଶୀ ସାଙ୍ଗକୁ ସ୍ୱଶରୀର ସମାଦ୍ଧି ହୋଇଛନ୍ତି । ସେ ତାଙ୍କ ଜୀବନ କାଳରେ କାଳଜ୍ଞାନ ନାମକ ଏକ ଗ୍ରନ୍ଥ ରଚନା କରି ସେଥିରେ ଆଗାମୀ ଦିନରେ ସମସ୍ତ ଘଟଣା ଏବଂ ମନୁଷ୍ୟ ମାନଙ୍କ ଆଚରଣ ବିଧି ବିଷୟରେ ଉଲ୍ଲେଖ କରିଛନ୍ତି । ବିଶ୍ୱ କଲ୍ୟାଣ ଓ ଜନ କଲ୍ୟାଣ ତାଙ୍କ ରଚନାତ୍ମକ ଗ୍ରନ୍ଥରେ ମୁଖ୍ୟ ଲକ୍ଷ୍ୟ ଓ ଉଦେ୍ଧଶ୍ୟ ରହିଛି ବୋଲି ସମିତି ଉପଦେଷ୍ଟା ଏମ.ମଣିଭୂଷଣ ଆଚାରୀ ସୂଚନା ପ୍ରଦାନ କରିଛନ୍ତି । ଏହି ହୋମ ଯଜ୍ଞ କାର୍ଯ୍ୟକ୍ରମରେ ବିର ବ୍ରହ୍ମେନ୍ଦ୍ର ସ୍ୱାମୀଜୀ ଭକ୍ତ ସମିତି ସଭାପତି ଆର.ଚିଦାନନ୍ଦ ଆଚାରୀ, ଉପସଭାପତି ଟି.ମୋହନ ରାଓ ଆଚାରୀ, ସମ୍ପାଦକ ଏନ.କାମେଶ୍ୱର ଆଚାରୀ, ସହସମ୍ପାଦକ କେ.ସନ୍ତୋଷ ଆଚାରୀ, କୋଷାଧ୍ୟକ୍ଷ କେ.ବିଶ୍ୱନାଥ ଆଚାରୀ, ମୁଖ୍ୟ ଉପଦେଷ୍ଟା ଏମ. ମଣିଭୂଷଣ ଆଚାରୀ, ଆର.ଶିବରାମ ଆଚାରୀ, ଜେ. ପ୍ରସାଦ ଆଚାରୀ, ଭି.ରବି ଆଚାରୀ, ବ୍ରଜବନ୍ଧୁ ଆଚାରୀ, କାର୍ଯ୍ୟକାରୀ ସଦସ୍ୟ ରୁପେ ଏନ.ରାଜେଶ ଆଚାରୀ, ଏସ.ତାପସ ଆଚାରୀ, ଜି.ରବି ଆଚାରୀ, ଏନ.ଶ୍ରୀନିବାସ ଆଚାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଭୁଙ୍କ କୃପା ଲାଭ କରିଛନ୍ତି ।