Saturday, October 10, 2026
Home ଆଞ୍ଚଳିକ ସାଇ ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ପାଠ୍ୟପୁସ୍ତକ ବଣ୍ଟନ ।

ସାଇ ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ପାଠ୍ୟପୁସ୍ତକ ବଣ୍ଟନ ।

42

ଆସିକା ( ଜିଲ୍ଲା ଖବର) : ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଶ୍ରୀକ୍ଷେତ୍ର ଉଚ୍ଚ ବିଦ୍ୟାଳୟରେ ସାଇ ଶ୍ରଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଅଛି।ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନେ ନେତୃତ୍ୱ ନେଇ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ବାଡତ୍ୟାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇ ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ସିମାଞ୍ଚଳ ଜେନା,ଅନନ୍ତ ଗୈ।ଡ଼, ସନ୍ତୋଷ ଗୈ।ଡ଼ , ଅରୁଣ ଗୈାଡ ,ବେତାବ ଗୈାଡ ,ବବୁଲ ଗୈାଡ ,ଜଗ ମୋହନ ଗୈାଡ ,ସୁଭମ ଜେନା ,ସମିର ଜେନା ,ଓ କାହ୍ନୁ ମାହାନ୍ତି ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଫଳରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଶେଷରେ ସତ୍ୟପ୍ରିୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ସାଇ ଶ୍ରଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି।